ନୂତନ ଅପରାଧିକ ଆଇନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ।

ଜୁଲାଇ ୧ରୁ ଲାଗୁ ହେବ ତିନୋଟି ନୂଆ ଅପରାଧିକ ଆଇନ । ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା ପାଇଁ ତିନୋଟି ବ୍ରିଟିଶ ଆଇନ ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଆଇନ ବଦଳରେ ଭାରତ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଜୁଲାଇ ୧ରୁ କାର୍ଯ୍ୟକାରୀ କରାଇବାକୁ ଯାଉଛନ୍ତି ସରକାର । ଏହି ନୂତନ ଆଇନ ବ୍ରିଟିଶ ସମୟଠାରୁ ପ୍ରଚଳିତ ହେଉଥିବା ଆଇନକୂ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ସହ ଏହାଦ୍ବାରା ଆତଙ୍କବାଦ, ରାଜଦ୍ରୋହ ଏବଂ ଦେଶ ବିରୋଧରେ କାର୍ଯ୍ୟର ସଂଜ୍ଞାକୁ ଭଲ ଭାବେ ବାଖ୍ୟା କରିବାରେ ସକ୍ଷମ ହେବ। ତେବେ ଏହି ୩ଟି ନୂଆ ଆଇନକୁ ଗତ ବର୍ଷ ସେପ୍ଟେମ୍ବର ୨୧ରେ ସଂସଦରେ ପାରିତ କରାଯାଇଥିଲା । ଏହା ପରେ, ଡିସେମ୍ବର ୨୫ରେ ଏଥିରେ ରାଷ୍ଟ୍ରପତିଙ୍କ ମୋହର ବାଜି ଏହା ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହୋଇଥିଲା । ଯାହାକୁ ଆଗାମୀ ୧ ତାରିଖରୁ ଲାଗୁ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପରିପେଖିରେ ହାଇକୋର୍ଟ ବାର ଆସୋସିଏସନର ସମ୍ମିଳନୀ ହଲରେ ଓଡିଶା ରାଜ୍ୟ ବାର ପରିଷଦର ସହଯୋଗରେ ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।
ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ ଏବଂ ଆଇନଜୀବୀମାନେ ନୂତନ ଅପରାଧିକ ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଓଡ଼ିଶା ରାଜ୍ୟ ବାର ପରିଷଦ ଉକ୍ତ ନୂତନ ଅପରାଧିକ ଆଇନ ଏବଂ ପଦକ୍ଷେପ ବିଷୟରେ ଆଲୋକପାତ କରିବା ସହ ଏହାର କାର୍ଯ୍ୟକାରିତା ପାଇଁ ଓଡିଶା ରାଜ୍ୟ ବାର ପରିଷଦ ଦ୍ୱାରା ନିଷ୍ପତି ନିଆଯାଇଛି।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *