ବିତିଗଲାଣି ୬୦ ଘଣ୍ଟା; ଚାଲିଛି ମଧ୍ୟପ୍ରଦେଶ ବୋର୍‌ୱେଲ୍‌ରୁ ୮ ବର୍ଷିୟ ବାଳକ ଉଦ୍ଧାର ଉଦ୍ୟମ

ବୈତୂଲ: ମଧ୍ୟପ୍ରଦେଶର ବୈତୂଲ ଅଞ୍ଚଳରେ ଥିବା ବୋର୍‌ୱେଲ୍‌ରେ ଖସି ପଡ଼ିଥିବା ୮ ବର୍ଷିୟ ତନ୍ମୟ ସାହୁଙ୍କୁ ବାହାର କରିବା ଲାଗି ଚାଲିଥିବା ଉଦ୍ୟମ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ହେବ ଜାରି ରହିଛି। ମାଟି ଭିତରେ ପଥର ଥିବାରୁ ଖନନରେ ବାଧା ଉପୁଜୁଥିବାରୁ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇ ପାରୁ ନ ଥିବା କଥା ସରକାରୀ ଅଧିକାରୀମାନେ କହୁଛନ୍ତି।

ସ୍ମରଣଯୋଗ୍ୟ, ଡିସେମ୍ବର ୬ ତାରିଖ ସନ୍ଧ୍ୟା ସମୟରେ ଫାର୍ମରେ ଖେଳୁଥିବା ତନ୍ମୟ ଗୋଟାଏ ୪୦୦ ଫୁଟ୍‌ ଗଭୀର ଖୋଲା ବୋର୍‌ୱେଲ୍‌ ଭିତରକୁ ଖସି ପଡ଼ି ୫୫ ଫୁଟ୍‌ ଅଭ୍ୟନ୍ତରରେ ଲାଖି ରହିଛନ୍ତି।

ତାଙ୍କୁ ଗର୍ତ୍ତରୁ ବାହାର କରିବା ଲାଗି ବୋର୍‌ୱେଲ୍‌ ନିକଟରେ ଆଉ ଗୋଟାଏ ସମାନ୍ତରଳ ସୁଡ଼ଙ୍ଗ ଖୋଳିବା ନିମନ୍ତେ ‘ଆର୍ଥମୁଭିଙ୍ଗ୍‌’ ମେସିନ୍‌ ସବୁ ଅଣାଯାଇଛି।

୪୫ ଫୁଟ୍‌ ଖୋଳିବା ପରେ ଯାଇ ସୁଡ଼ଙ୍ଗ ଖୋଳିବୁ ‌ବୋଲି ଯୋଜନା କରିଛୁ। ମାଟି ଭିତରେ ପଥର ଥିବାରୁ ଖନନରେ ବିଳମ୍ବ ହେଉଛି। କିନ୍ତୁ, ପିଲାଟି କୌଣସି ପ୍ରତିକ୍ରିୟା ଦେଖାଉନାହିଁ। ସମ୍ଭବତଃ ସେ ସଂଜ୍ଞାହୀନ ହୋଇପଡ଼ିଛି। ତାକୁ ଉଦ୍ଧାର କରିବାକୁ ସାଧ୍ୟମତେ ଉଦ୍ୟମ ଚାଲିଛି ବୋଲି ବୁଧବାର ରାତିରେ ବୈତୂଲ୍‌ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶ୍ୟାମେନ୍ଦ୍ର ଜୈସ୍‌ୱାଲ୍‌ କହିଥିଲେ।

ତନ୍ମୟଙ୍କ ବାପା ସୁନୀଲ ସାହୁ କହନ୍ତି, ଫାର୍ମରେ ଖେଳୁଥିବା ବ‌େଳେ ପୁଅ ଆଉ ଗୋଟାଏ ବିଲକୁ ଚାଲିଗଲା। ସେଠାରେ ଖୋଲା ଥିବା ବୋର୍‌ୱେଲ୍‌ ଭିତରେ ପଡ଼ିଗଲା। ମୋ ୧୨ ବର୍ଷୀୟ ଝିଅ ଏକଥା ଦେଖି ମତେ ଜଣାଇଲା। ଆମେ ତୁରନ୍ତ ସେଠାକୁ ଧାଇଁଗଲୁ। ତନ୍ମୟ ନିଃଶ୍ବାସପ୍ରଶ୍ବାସ ନେଉଥିଲା ଓ ତା’ ପାଟି ବି ଶୁଭୁଥିଲା।

Leave a Reply

Your email address will not be published. Required fields are marked *