ଲାୟନସ୍ କ୍ଲବ୍ ଅଫ କଟକ ଭେଲ୍ଭେଟ୍ ଆନୁକୁଲ୍ୟରେ ସ୍ପନ୍ଦନ – ୨ ।


କଟକ ସହରର ଅଗ୍ରଣୀ ସାମାଜିକ ସେବା ସଂଗଠନ ଅନୁଷ୍ଠାନ ଲାୟନସ୍ କ୍ଲବ କଟକ ଆୟୋଜନରେ ସ୍ଥାନୀୟ କଟକ କ୍ଲବ୍ ଆନେକ୍ସ -୨ ଠାରେ ଏକ ମେଗା ଦିନିକିଆ ପ୍ରଦର୍ଶନୀ କାର୍ଯ୍ୟକ୍ରମ ହୋଇ ଯାଇଛି। ଏହି ମହିଳା କ୍ଲବ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା। ଏହି କ୍ଲବ ସହାୟତାରେ ଅନେକ ସାମାଜ ସେବା କରାଯିବାର ନଜିର କୁ ଆସିଛି ଏବଂ ବହୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଅନେକ ବିଦ୍ୟାଳୟ ନିର୍ମାଣ ଓ ମରାମତି କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଖାତା,ବହି ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ,ବ୍ୟାଗ୍ ପ୍ରଭୃତି ପ୍ରଦାନ କରିଥାନ୍ତି। ତଦ୍ ସହିତ ପ୍ରକୃତିର ସୋନ୍ଦର୍ଯ୍ୟ କୁ ଗୁରୁତ୍ଵ ଦେଇ ଗଛ ଲଗାଇବା, ସ୍ୱାସ୍ଥ୍ୟ ଚିକିତ୍ସା ଶିବିର, ରକ୍ତଦାନ ଶିବିର ଇତ୍ୟାଦି ସେବା କାର୍ଯ୍ୟ କରି ଆସିଛନ୍ତି ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ଲାୟନ୍ ଉର୍ମିଳା ମୋଦି, ସଂପାଦିକା ଲାୟନ ନବୀନା ଅଗରୱାଲ୍, କୋଷାଧ୍ୟକ୍ଷ ଲାୟନ ସ୍ନେହା ପଚିସିଆ, କାବିନେଟ୍ ମେମ୍ବର ସଂଯୁକ୍ତା ଗୋଇଙ୍କା ଓ ଲାୟନ୍ ନିଲମ୍ ସାହା ଚାର୍ଟାର୍ ମେମ୍ବର ମାନେ ହେଲେ ଲାୟନ୍ ଦୀପା କାନ୍ଦୋଇ, ଲାୟନ ସଂଗୀତା କମାନୀ ମଞ୍ଜୁ ଅଗରୱାଲ୍ ପ୍ରମୁଖଙ୍କ ପରିଚାଳନାରେ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଭାବରେ ସମାପନ ହୋଇଛି।
କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *