କଟକ ସୁରକ୍ଷା ସମିତି ପକ୍ଷରୁ ବେନାମୀ ମସଜିଦ ନିର୍ମାଣ କୁ ନେଇ ଜିଲ୍ଲାପାଳ ଙ୍କୁ ଦାବିପତ୍ର


କଟକ ଅଲିଶାବଢ଼ାର
ଲାଲବନ୍ତସାହିରେ କିଛି ବେନାମୀ ମୁସଲିମ ସଂଗଠନ ମାନଙ୍କ ଦ୍ଵାରା ଏକ ସ୍ଥାନରେ ମସଜିଦ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି
। ସ୍ଥାନୀୟ ବାସିନ୍ଦାଙ୍କର କହିବା ଅନୁଯାୟୀ ନିର୍ମାଣ ହେଉଥ‌ିବା ମସଜିଦ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ ହେବ ବୋଲି ଉକ୍ତ ବେନାମୀ
ସଂଗଠନ ଠାରୁ ସୂଚନା ମିଳିଛି । ପୂର୍ବରୁ ସେହି ଅଂଚଳରେ 4ଗୋଟି ବଡ଼ ବଡ଼ ମସଜିଦ ସହିତ ଏକ ବଡ଼ ଉର୍ଦୁ ବିଦ୍ୟାଳୟ ମଧ୍ୟ ରହିଛି ।
ସ୍ଥାନୀୟ ବାସିନ୍ଦାଙ୍କର କହିବା ଅନୁଯାୟୀ, ଏଠାରେ ଏତେ ସଂଖ୍ୟାରେ ମସଜିଦ ଏବଂ ଉର୍ଦୁ ବିଦ୍ୟାଳୟ ଥିବାବେଳେ ଆଉ ଏକ ନୂତନ
ମସଜିଦ ଓ ମଦରସାର କୌଣସି ଆବଶ୍ୟକତା ନାହିଁ । ଏହାକୁ ନେଇ ହିନ୍ଦୁ ସେନା ରାଜ୍ୟ ସଭାପତି ଦେବାଶିଷ ରାଉତ କହିଛନ୍ତି କି ,ସନ୍ଦେହ ହେଉଛି, ଯଦି ସେହି ମସଜିଦ ନିର୍ମାଣ ହୁଏ ତେବେ ସେଠାରେ
ଦେଶଦ୍ରୋହୀ କାର୍ଯ୍ୟକଳାପ ହୋଇପାରେ । ଯଦି ଏହା ସତ୍ୟ ହୁଏ, ତାହେଲେ ଆମ୍ବ ସହର ତଥା ରାଜ୍ୟ ଓ ଦେଶପାଇଁ ଏହା ବିପଦର
କାରଣ ହୋଇପାରେ।
ସହରବାସୀଙ୍କ ସୁରକ୍ଷା ଓ ସ୍ବାର୍ଥକୁ ଦୃଷ୍ଟିରେ ରଖ୍ ଉକ୍ତ ସ୍ଥାନରେ ନିର୍ମାଣ କରାଯାଉଥ‌ିବା
ମସଜିଦ ଓ ମଦରସାକୁ ସମ୍ପୂର୍ଣ ଭାବରେ ବନ୍ଦ କରାଯାଉ ଏବଂ ନିର୍ମାଣ କରୁଥିବା ସଂଗଠନ ବିଷୟରେ ତଦନ୍ତ କରାଯାଇ ସେମାନଙ୍କ
ବିରୁଦ୍ଧରେ ଦୃଢ ରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବରିଷ୍ଠ ଆଇନଜୀବି ସୁରେଶ ପଣ୍ଡା ହିନ୍ଦୁ ସେନା ଓ କଟକ ସୁରକ୍ଷା ସମିତି ର ମିଳିତ ସହଯୋଗରେ କଟକ ଜିଲ୍ଲପାଳଙ୍କୁ ଅନୁରୋଧ କରିଛନ୍ତି।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *