ନିଖିଳ ଓଡ଼ିଶା ସୁରକ୍ଷା ମହାସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଟକସ୍ଥିତ ସର୍କିଟ ହାଉସ ଠାରେ ନିଖିଳ ଓଡ଼ିଶା ସୁରକ୍ଷା ମହାସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୁବ ନେତା ଶ୍ରୀଯୁକ୍ତ ଶ୍ରୀତମ ଦାସ ,ଶ୍ରୀଯୁକ୍ତ ଅଜିତ ଦାସ, ଶ୍ରୀଯୁକ୍ତ କୀର୍ତ୍ତି ରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ସାଗର ସାହୁ , ସମ୍ମାନିତ ଅତିଥି ଭାବରେ, ଶ୍ରୀନିବାସ ମହାପାତ୍ର, ପ୍ରଦ୍ୟୁମ୍ନ ରାୟ, ସୁରେନ୍ଦ୍ର ବେହେରା , ମୁଖ୍ୟ ବକ୍ତା ଭାବେରେ ଅନନ୍ତ କୁମାର ନାୟକ ମନୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ ସଭାରେ ଓଡ଼ିଶାରେ ତଥା ଓଡ଼ିଶା ବାହାରେ ବିଭିନ୍ନ ଶିଳ୍ପାଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ ସୁରକ୍ଷା ଅଧିକାରୀ ମାନେ ଯୋଗ ଦେଇଥିଲେ, ଆଗାମୀ ଦିନରେ କିପରି ଓଡ଼ିଆ ପିଲା ଓଡ଼ିଶାରେ ଥିବା ବିଭିନ୍ନ ଶିଳ୍ପାଞ୍ଚଳ ରେ ନିଯୁକ୍ତି ପାଇବେ ତା ଉପରେ ଗୁରୁତ୍ୱ ଦେବା ସହିତ ସଂଘ ଆଗାମୀ ଦିନରେ କିପରି ସାଧାରଣ ରେ ବିଶ୍ୱାସଭାଜନ ହେବା ସହିତ ବିଭିନ୍ନ ପ୍ରକାର ସାମାଜିକ କାର୍ଯକ୍ରମ ଯଥା ବୃକ୍ଷରୋପଣ,ରକ୍ତଦାନ, ସ୍ବାସ୍ଥ୍ୟ ସଚେତନ କାର୍ଯ୍ୟକ୍ରମ ନିୟମିତ ଭାବେ କରାଯିବ ଉକ୍ତ ସଭାରେ ରେ ଆଲୋଚନା ହେଇଥିଲା।ଅନ୍ୟ ମାନଙ୍କ ଭିତରେ ନିଖିଳ ଓଡ଼ିଶା ସୁରକ୍ଷା ମହାସଂଘର ମୁଖ୍ୟ ସଂଯୋଜକ ଦଶରଥ ରଣା ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ,ସାଧାରଣ ସମ୍ପାଦକ ପ୍ରସନ୍ନ ମିଶ୍ର,କୋଷାଧ୍ୟକ୍ଷ ସଞ୍ଜୟ ନାୟକ,ଲିପ୍ସା ରାଣୀ ଜେନା, ଦେବାଶିଷ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *