ବିରଙ୍ଗନ! ମହାରାଣୀ ଦୁର୍ଗାବତୀଙ୍କ ୪୬୧ତମ ବଳିଦାନ ଦିବସ ଅନୁଷ୍ଠିତ।

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଆମ୍ବସର ମୁଣ୍ଡା ସ୍ଥିତ ଜଂଘା ବଡ଼ ଦେଓ ମନ୍ଦିର ପ୍ରାଙ୍ଗଣ ଗୋଣ୍ଡୱାନା ଭବନ ଠାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଓଡ଼ିଶା ପ୍ରଦେଶ ଆଠମଲ୍ଲିକ ତରଫରୁ ପାଳିତ ହୋଇଯାଇଅଛି। ଏହି ସଭାରେ ବିରଙ୍ଗନା ମହାରାଣୀ ଦୂର୍ଗ!ବତି , ବୀର ସୁରେନ୍ଦ୍ର ସାଏ ଓ ଆମ୍ବେଦକର ଙ୍କ ପ୍ରତୀମୂର୍ତ୍ତୀ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରିଥିଲେ। ଏହି ସଭାରେ ଦୁର୍ଗାବତିଙ୍କ ବିଷୟରେ ଆଲୋକପାତ କରିଥିଲେ ଓ ଗୋଣ୍ଡ୍ ଜାତିର ରୀତି ନୀତି ବିଷୟରେ ବିଭିନ୍ନ ପୁଞ୍ଜର ଭଲ ମନ୍ଦ ଆଲୋଚନା ହୋଇଥିଲା ।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ।ମହାସଚିବ ପ୍ୟାରୀମୋହନ ନାୟକ, ଆଦିବାସୀ ଉନ୍ନୟନ ଅଧ୍ୟକ୍ଷ ସଦାଶିବ ନାୟକ, ବିରଞ୍ଚି ନାୟକ, ଭଜମନ ନାୟକ, ଯୁଧିଷ୍ଠିର ସିଂ ଓ ବହୁ ପଦାଧିକାରୀ ଯୋଗ ଦେଇଥିଲେ।ଆଠମଲ୍ଲିକ ରୁ ବୁଲୁ ଦଳେଇଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *