ସଡକ ସୁରକ୍ଷା ଜୀବନ ରକ୍ଷା

ବିଶ୍ବରେ ଜାନୁଆରୀ ମାସ ପ୍ରଥମ ସପ୍ତାହକୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଆଜି ରୋଟାରୀ କ୍ଲବ କଟକ, ଅଭିନବ ଓ ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେଫ୍ଟି ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖପୁରିଆ ସ୍ଥିତ ଖାନନଗର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ସଚେତନତା ପଦ ଯାତ୍ରା ରୋଟରିଆନ ଆଲୋକ ସାହୁଙ୍କ ନେତୃତ୍ୱରେ ସ୍କୁଲ୍ ପାଖରୁ ଆରମ୍ଭ ହୋଇ ତଥା ପିଲାମାନେ ବିଭିନ୍ନ ସ୍ଲୋଗାନ, ପ୍ଲା କାର୍ଡ ମାଧ୍ୟମରେ ଜନ ସାଧାରଣ ଙ୍କୁ ସଚେତନ କରାଇବା ସହ ଲିଙ୍କ ରୋଡ ଲିଙ୍କ ଆଇ ହସ୍ପିଟାଲ ପର୍ଯ୍ୟନ୍ତ ଆସିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ଅନୁଷ୍ଠାନ ର ବୁଦ୍ଧିଜୀବୀ ମାନେ ଯୋଗଦେଇ ଥିଲେ। ପରେ ପରେ ଲିଙ୍କ ଆଇ ହସ୍ପିଟାଲ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *