ସଡ଼କଦୁର୍ଘଟଣାରେ ଜଣେ ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଇଲେକ୍ଟ୍ରି ଅଫିସ ସମ୍ମୁଖରେ ଗତକାଲି ସନ୍ଧ୍ୟା ସମୟରେ ଘଟିଯାଇଛି ଏକ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ।ଦୁର୍ଘଟଣାରେ ଦୁଇଟି ବାଇକ୍ ମୁହାମୁହିଁ ଧକ୍କାହେବାରୁ ଦୁଇଜଣ ଗୁରୁତର ଆଘାତ ପାଇଥିଲେ ।ଦୁଇ ଜଣ ହେଲେ ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ୱର୍ ୮(ଆଠ) ନାହାକ ସାହି ବାସିନ୍ଦା ଚନ୍ଦନ ଗୁରୁ ବୟସ ୨୬(ଚବିଶ) ଏବଂ ଅନ୍ୟ ଜଣେ ହେଲେ ନୂଆ ଭୁବନ ବାସିନ୍ଦା ବୁବୁନା ବୟସ ୨୦(କୋଡ଼ିଏ) ବର୍ଷ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଚନ୍ଦନଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Report Papu sahoo

Leave a Reply

Your email address will not be published. Required fields are marked *