ରଶ୍ମି ମୋଟର୍ସ ରୁ ଗାଡ଼ି କିଣି ଗ୍ରାହକ ହଟହଟା।

ଗତ ଜୁଲାଇ ମାସ ୯ତାରିଖରେ ସଦର ଥାନା ସୁଭଦ୍ରା ପୂର୍ ଅଞ୍ଚଳର ଚିତ୍ତରଞ୍ଜନ ବିଶ୍ଵାଳ ନାମକ ଜଣେ ବ୍ୟକ୍ତି ମଙ୍ଗୁଳି ନିକଟ ରଶ୍ମି ମୋଟର ରୁ ସୁନ୍ଦରମ୍ ଫାଇନାନ୍ସ ଜରିଆରେ ର୍ଏକ ହାଇୱା ଗାଡ଼ି କିଣିଥିଲେ। ଏଥି ସହିତ ଆଉ ଏକ ହାଇୱା ଗାଡ଼ି ବୁକ୍ କରିଥିଲେ। କିନ୍ତୁ ଗାଡ଼ି କିଣିବାର କିଛି ଦିନ ପରେ ତାଙ୍କୁ ଡାଉନ୍ ପେମେଣ୍ଟ୍ ଟଙ୍କା ମଗାଯାଇଥିଲା। ସୂଚନା ଯୋଗ୍ୟ ଦୁଇଟି ଗାଡ଼ି କିଣିବା ଲାଗି ଚିତ୍ତ ରଞ୍ଜନ ଅଗ୍ରୀମ ରାଶି ଭାବେ ୧୧ଲକ୍ଷ ୮୩ହଜାର କ୍ୟାସ ଶୋ ରୁମ୍ ମ୍ୟାନେଜର ଅନ୍ତର୍ଯ୍ୟାମୀ ବିଶ୍ଵାଳ ଙ୍କୁ ଅଗ୍ରୀମ ଆକାରରେ ଡିପୋଜିଟ କରିଥିଲେ। ଯାହାର ରସିଦ ତାଙ୍କୁ ପରେ ଦିଆଯିବ ବୋଲି ଶୋ ରୁମ୍ ପକ୍ଷରୁ କୁହା ଯାଇଥିଲା।କିନ୍ତୁ ଗାଡ଼ି କିଣି ସାରିବା ପରେ ତାଙ୍କୁ ଓରିଏଣ୍ଟାଲ ଇନ୍ସୁରାନ୍ସ ପକ୍ଷରୁ ଟଙ୍କା ଡିପୋଜିଟ କରିବା ପାଇଁ ଏକ ତ୍ରୁଟିପୂର୍ଣ୍ଣ ନୋଟିସ୍ ପଠାଯାଇଥିଲା। ଏଥି ସହିତ ଯେଉଁ ପଲିସି ନଂ ଗାଡ଼ି କିଣିବା ସମୟରେ ଦିଆଯାଇଥିଲା ତାହା ଏହି ନୋଟିସ୍ ରେ ଥିବା ପଲିସି ନଂ ସହ ଆଦୌ ମେଳ ଖାଉ ନଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଯ୍ୟାମୀ ବିଶ୍ଵାଳ ସିଧା ସଳଖ ନିଜର ପ୍ରତିକ୍ରିୟା ଦେଇ ନଥିବା ବେଳେ ଶୋ ରୁମ୍ ର ଜଣେ କର୍ମଚାରୀଙ୍କୁ ଫୋନ୍ ଯୋଗେ କହିଥିଲେ କି ଆମେ କୋର୍ଟ ରେ କଥା ହେବା ।ତେଣୁ ନିଜର ନ୍ୟାର୍ଯ୍ୟ ପ୍ରାପ୍ୟ ନିମନ୍ତେ କଟକ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରିଛନ୍ତି ଚିତ୍ତ ରଞ୍ଜନ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *