ବାଟପୂରଣ ଗ୍ରାମର ପାନୀୟ ଜଳ ସମସ୍ୟା।


ବାରଙ୍ଗ ବ୍ଲକ୍ ଅଧୀନସ୍ଥ ନଗରୀ ପଞ୍ଚାୟତ ବାଟପୂରଣ ଗ୍ରାମ ର ମାଙ୍ଗ ମନ୍ଦିର ନିକଟସ୍ଥ ଅଧିବାସୀ ଉତ୍କଟ ପାନୀୟ ଜଳ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ପୁର୍ବ ସରକାର ତଥା ବିଭାଗୀୟ ଅଧିକାରୀ ଙ୍କ ସହ ଵହୁବାର ଆଲୋଚନା ଏବଂ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ଏହି ଅଞ୍ଚଳରେ ପାଣି ଅତ୍ୟନ୍ତ ଆଇରନ ଯୁକ୍ତ। ଯେଉଁଥି ପାଇଁ ଏଠାକାର ଜନ ସଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଇରନ ମାତ୍ରା ଏତେ ଅଧିକ ଯେ ପାଣି ବ୍ୟବହାର କରିବା ଦ୍ୱାରା ଏଠାକାର ଜନ ସଧାରଣ ଙ୍କ ଦାନ୍ତ, ମାଢି, ନଖ ଇତ୍ୟାଦି ନାଲି ହୋଇଯାଉଛି, ପିନ୍ଧା ବସ୍ତ୍ର ମଧ୍ୟ ନାଲି ହୋଇ ଯାଉଛି ପାଣି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ, କିଡନି ରୋଗ ରେ ଲୋକ ମାନେ ଆକ୍ରାନ୍ତ ହେଉଛନ୍ତି। ସ୍ଥାନୀୟ ଲୋକ ମାନେ ଟୁଇନ୍ ସିଟି ପ୍ରେସ କ୍ଳବ୍ କୁ ଜଣାଇବା ପରେ ସଦସ୍ୟ ମାନେ ଏବଂ ସେଠାକାର ଜନ ସାଧାରଣ ବିଡ଼ିଓ ଙ୍କୁ ଦେଖା କରି ଆଲୋଚନା କରିବା ସହ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ବିଡିଓ ବହୁ କମ ସମୟ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ରଖି ଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସ୍ଥାନୀୟ ଜନ ସଧାରଣ ନେତା, ମନ୍ତ୍ରୀ,ବିଭାଗୀୟ ଅଧିକାରୀ ସମସ୍ତଙ୍କୁ ବହୁବାର ଏ ବିସୟରେ ଜଣାଇବା ପରେ ମଧ୍ୟ ସୁଫଳ ମିଳୁନି। ଏହି ଗ୍ରାମ ଟି କଟକ ସହର ର ଅତି ନିକଟ ରେ ଥିବା ଅଞ୍ଚଳ ଏଠାକାର ଅଧିବାସୀ ଯଦି ଏତେ ପ୍ରଚେଷ୍ଠା ପରେ ମଧ୍ୟ ଏଯାବତ୍ ସମସ୍ୟା ଘେର ରେ ଉପାନ୍ତ ଅଞ୍ଚଳ ର ଅବସ୍ଥା କଣ ହେଉଥିବ ଏହା ହିଁ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *