ବ୍ରିଜ୍ ଉପରୁ ଆତ୍ମହତ୍ୟା ଉଦ୍ୟମ: ବଞ୍ଚାଇ ଦେଲେ ଟ୍ରାଫିକ୍ କର୍ମଚାରୀ

ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଜଣେ ମହିଳା ମଧୁପାଟଣା ଓଭର ବ୍ରିଜ ବାଡ଼ା ଉପରକୁ ଚଢ଼ିଯାଇଥିଲେ । ଏବଂ ସେଠାରୁ ତଳ ରାସ୍ତାକୁ ଡେଇଁବା ପାଇଁ ଉଦ୍ୟମ କରୁଥିବାବେଳେ ସଠିକ ସମୟରେ ଟ୍ରାଫିକ କର୍ମଚାରୀ ତପନ କୁମାର ଦାସ ତାଙ୍କ ପଛ ପଟେ ଯାଇ ହଠାତ ତାଙ୍କୁ ଟାଣି ଆଣିଥିଲେ । ଫଳରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ପଣ୍ଡ ହୋଇଥିଲା । ତେବେ ଟ୍ରାଫିକ କର୍ମଚାରୀ ଶ୍ରୀ ଦାସ ଉକ୍ତ ମହିଳାଙ୍କୁ ଧରି ଥାନାକୁ ନେଇଥିଲେ । ପୁଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ଏଭଳି ଉଦ୍ୟମ ସମ୍ପର୍କରେ ପଚରାଉଚରା କରିବା ସହ ଆତ୍ମହତ୍ୟା ନକରି ଧୈର୍ଯ୍ୟସହ ସମସ୍ୟାର ସମାଧାନ କରିବାକୁ ବୁଝାଉଥିବା ଜଣାପଡ଼ିଛି । ତେବେ ଉକ୍ତ ମହିଳା ଜଣକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର

Leave a Reply

Your email address will not be published. Required fields are marked *