କଟକ ଏସସିବି ଅସ୍ଥିଶଲ୍ୟ ବିଭାଗ ପରିସରରେ ପୂର୍ବ ଭାରତର ପ୍ରଥମ ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ ଉଦଘାଟିତ

କଟକ ଏସସିବି ଅସ୍ଥିଶଲ୍ୟ ବିଭାଗ ପରିସରରେ ପୂର୍ବ ଭାରତର ପ୍ରଥମ ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ ଉଦଘାଟିତ ହୋଇଯାଇଛି। ଏଥି ସହିତ ଏହି ଅସ୍ଥିର ସଫଳ ବ୍ୟବହାର ପାଇଁ ଏକ ସ୍କିଲ ଲାବ ମଧ୍ଯ ଉଦଘାଟିତ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ଉପଲକ୍ଷେ ଆୟୋଜିତ ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ବୋନ ବ୍ୟାଙ୍କ ରୋଗୀଙ୍କ ହାଡ , ଗୋଡ଼ ଯୋଡା ଚିକିତ୍ସା କ୍ଷେତ୍ର ରେ ଉପାଦେୟ ହେବ ବୋଲି କହିଛନ୍ତି। ପୂର୍ବରୁ ଅସ୍ତ୍ରୋପଚାର ପରେ ଶରୀର ର ଅନାବଶ୍ୟକ ଅସ୍ଥି ନଷ୍ଟ ହୋଇ ଯାଉଥିଲା। ବର୍ତମାନ ଏହାକୁ ସ୍କିଲ ଲାବରେ ଚିକିତ୍ସା ଉପଯୋଗୀ କରି ରଖାଯିବ। ପରେ ଏହାକୁ ଆବଶ୍ୟକ ରୋଗୀଙ୍କ ଶରୀରରେ ବ୍ୟବହାର କରାଯାଇପାରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *