ଦୀର୍ଘ ୩୫ ବର୍ଷ ଧରି ପାଳିତ ହେଉଥିବା ରାବଣ ପୋଡି

ଦୀର୍ଘ ୩୫ ବର୍ଷ ଧରି ପାଳିତ ହେଉଥିବା ରାବଣ ପୋଡି ସ୍ଥଳ ପରିଦର୍ଶନ କଲେ ଓ ସ୍ତିତି ସମୀକ୍ଷା କଲେ ମାନ୍ୟବର ମେୟର ଓ କମିଶନର । ଶୁକ୍ରବାର ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ, ସି.ଏମ.ସି କମିଶନର ଶ୍ରୀ ଅନାମ ପାତ୍ର , ବାରବାଟୀ ସଂକୃତି ପରିଷଦ ର ସଭାପତି ଶ୍ରୀ ଆଶୀର୍ବାଦ ବେହେରା , ସମ୍ପାଦକ ଶ୍ରୀ କିଶୋର ବେହେରା ଙ୍କୁ ସାଥିରେ ଧରି ରାବଣ ପୋଡି ସ୍ଥଳ ପରିଦର୍ଶନ କଲେ ଓ ସ୍ତିତି ସମୀକ୍ଷା କରିଥିଲେ ।ପ୍ରତି ବର୍ଷ ୭୦ ଫୁଟ ର ରାବଣ ମୂର୍ତି ନିର୍ମାଣ ହୋଉଥିବା ବେଳେ ଚଳିତ ବର୍ଷ ୯୦ ଫୁଟ ର ମୂର୍ତି ନିର୍ମାଣ ହେବା ସହିତ ପ୍ରାୟ ୪୦ ମିନିଟ ଧରି ପରିବେଶ ଅନୁକୂଳ ଥିବା ସବୁଜ ବାଣ ଫୁଟାଇବାର ବ୍ୟବସ୍ତା ହୋଇଅଛି. ଏହି ଅବସରରେ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ସି.ଏମ.ସି କମିଶନର ଶ୍ରୀ ଅନାମ ପାତ୍ର , ବାରବାଟୀ ସଂକୃତି ପରିଷଦ ର ସଭାପତି ଶ୍ରୀ ଆଶୀର୍ବାଦ ବେହେରା , ସମ୍ପାଦକ ଶ୍ରୀ କିଶୋର ବେହେରା, ନିର୍ବାହୀ ଅଧିକାରୀ ଶ୍ରୀ ସୁବାସ ସାହୁ , ବିଦ୍ୟୁତ୍ ବିଭାଗର ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାସ ବିଶ୍ୱାଳ , ଶ୍ରୀ ଆଦିତ୍ୟ ମିଶ୍ର , ଶାନ୍ତି କମିଟି ସମ୍ପାଦକ ଶ୍ରୀ ଭିକାରି ଦାସ , ସଂଗଠନ ସମ୍ପାଦକ ଶ୍ରୀ ନରେଶ ସାହୁ , ଶ୍ରୀ ଵିଦ୍ଵାନ ପଟ୍ଟନାୟକ , ଶ୍ରୀ ଦେବେନ୍ଦ୍ର କାହାଳି , ଶ୍ରୀ ବିନୋଦ ପଣ୍ଡା , ସୟଦ ଶେଖାୱତ୍ ଅଲି , କେ. ନିଖିଲ କୁମାର ଓ ସ୍ଥାନୀୟ ଯୁବ ସଂଗଠନ , ସ୍ଥାନୀୟ ଅଞ୍ଚଳର ମୁରବି ପ୍ରମୁଖ ଉପସ୍ଥିତ ଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *