ବିଦାୟ ନେଇଛନ୍ତି ମାଆ।

ମେଲାଣି ନେଇଛନ୍ତି ମାଆ ଦଶଭୁଜା। ତେବେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଭସାଣି ଶୋଭା ଯାତ୍ରା ଆଜି ସକାଳେ ଦେବୀଗଡା ଠାରେ ଶେଷ ହୋଇଛି। ଭାଇଚାରା ସହର କଟକରେ ସବୁ ସମ୍ପ୍ରଦାୟର ଲୋକ ମାନେ ଏହି ଦଶହରା ପର୍ବକୁ ଅତି ଆଡମ୍ବର ସହକାରେ ପାଳନ କରିଛନ୍ତି। ଏହା ସହିତ ସବୁ ରାଜନୈତିକ ଦଳର ନେତା, ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ମାନେ ମଧ୍ୟ ଏକାଠି ହୋଇ ମାଆ ଙ୍କୁ ବିଦାୟ ଦେଇଛନ୍ତି। ଶୋଭାଯାତ୍ରାରେ ଆସୁଥିବା ପ୍ରତ୍ୟେକ ମେଢ଼ ଗୁଡ଼ିକୁ ସହରର ପ୍ରମୁଖ ଛକ ମାନଙ୍କରେ ବିଭିନ୍ନ ସ୍ୱେଚ୍ଛସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ଭସାଣି ଯାତ୍ରା ସମ୍ପନ୍ନ ହୋଇଛି। ତେବେ ବିଳମ୍ବିତ ଭସାଣି କୁ ନେଇ କିଛି ପୂଜା ମଣ୍ଡପ ଖୁସି ଥିବା ବେଳେ ଆଉ କିଛି ପୂଜା ମଣ୍ଡପ ଭିଡ଼ ପାଇଁ ବାଟରେ ଅପେକ୍ଷା କରି ନିଜର ଦୁଃଖ ଜାହିର କରିଛନ୍ତି। ମୂର୍ତ୍ତି ଗୁଡିକୁ ବିସର୍ଜନ କରିବା ପାଇଁ ସି ଏମ୍ ସି ପକ୍ଷରୁ ପୂର୍ବରୁ ୩ଟି କୃତ୍ରିମ ପୋଖରୀ ନିର୍ମିତ ହୋଇଥିବା ବେଳେ ବିଳମ୍ବ ଯୋଗୁଁ ଯୁଦ୍ଧ କାଳୀନ ଭିତ୍ତିରେ ଆଉ ଏକ ପୋଖରୀ ଖୋଳା ଯାଇଥିଲା।ତେବେ ମୋଟ ୧୨୦ଟି ମେଢ଼ ବିସର୍ଜିତ ହୋଇଥିବା ବେଳେ ତେବେ କେମିତି ଥିଲା ଏହି ଭସାଣି ଶୋଭାଯାତ୍ରା ଆସନ୍ତୁ ଜାଣିବା …

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *