ଭସାଣ ଉତ୍ସବ ପୂର୍ବରୁ ଏଠାରେ କରୁଛନ୍ତି ବ୍ୟବସାୟ

*ପୁରୀଘାଟ ଦେବୀଗଡା ଛକଠାରୁ ଆରମ୍ଭ କରି ଖାନନଗର ମଲାଚଣ୍ଡୀଆ ଛକ ପର୍ଯ୍ୟନ୍ତ ମେଲିଛି ଉଠା ଦୋକାନୀ ଙ୍କ ପସରା ।

  • ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀକୁ ନେଇ ଭସାଣ ଉତ୍ସବ ପୂର୍ବରୁ ଏଠାରେ କରୁଛନ୍ତି ବ୍ୟବସାୟ ।
  • ପାନିଆ ଠାରୁ ଆରମ୍ଭ କରି ପନିକି, ସପ ଠାରୁ ଆରମ୍ଭ କରି ସୁକୁଆ ପର୍ଯ୍ୟନ୍ତ ଏପରିକି ଝାଡୁଠାରୁ ଆରମ୍ଭ କରି ଝୁଡି ପର୍ଯ୍ୟନ୍ତ ସବୁକିଛି ମିଳେ ଏଠାରେ ଦୁର୍ଗାପୂଜା ଭସାଣୀ ପୂର୍ବରୁ ଏବଂ ପରେ ।
    *ବାଉଁଶ ତିଆରି ଭଳିକି ଭଳି ଘର କରଣା ସାମଗ୍ରୀ ଘରକୁ ବୋହି ନେବାରେ ବ୍ୟସ୍ତ ଗ୍ରାହକମାନେ ।

*ଆଉ ଗୋଟିଏ ଦିନ ପରେ କୁମାର ପୂର୍ଣ୍ଣମୀ। ସେଥିପାଇଁ ଫୁଲ ଚାଙ୍ଗୁଡି,କୁଲା,ପାଚିଆ ଆଦି ବେଶି କିଣୁଛନ୍ତି ଜନସାଧାରଣ ।
ସେତିକି ନୁହେଁ, ଶୁକୁଆ ପ୍ରେମୀମାନଙ୍କର ମଧ୍ୟ ବେଶ ଭିଡ ଜମୁଛି ଏବେ ନଦୀକୂଳ ଫୁଟପାଥ ବଜାରରେ ।
*ସବୁ ପ୍ରକାର ମାଛକୁ ନେଇ ପ୍ରସ୍ତୁତ ହୋଇଥିବା ଶୁକୁଆ ମିଳୁଛି ଏଠାରେ। ଶହେ ଟଙ୍କା କିଲୋରୁ ଆରମ୍ଭ କରି ଏକ ହଜାର ଟଙ୍କା କିଲୋ ପର୍ଯ୍ୟନ୍ତ ଦରରେ ମିଳୁଛି ଏଠାରେ ଶୁକୁଆ ।
*ସେହିପରି ଚାଳିଶ-ପଚାଶ ଟଙ୍କା ରୁ ଆରମ୍ଭ କରି ପାଞ୍ଚ ଟଙ୍କା ପର୍ଯ୍ୟନ୍ତ ଦର ଭିତରେ ମିଳୁଛି ବିଭିନ୍ନ ପ୍ରକାର ବାଉଁଶ ଏବଂ ଝୋଟ ତିଆରି ଘରକରଣା ସାମଗ୍ରୀ।
*କେଉଁ ବ୍ୟବସାୟୀ ଆଠଗଡ, ଅଞ୍ଚଳରୁ ଆସିଛନ୍ତି ତ କିଏ ଆସିଛନ୍ତି ଚିଲିକାରୁ ।

Leave a Reply

Your email address will not be published. Required fields are marked *