ଗୋ ଚାଲାଣ ବୃଦ୍ଧି ହେତୁ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ

ରାଜ୍ୟରେ ଅବୈଧ ଗୋ ଚାଲାଣ ବୃଦ୍ଧି ହେତୁ ବିଭିନ୍ନ ସ୍ଥାନରେ ଜନ ଅସନ୍ତୋଷ ଲାଗି ରହିଛି। ଗତ ୬ତାରିଖ ବିଳମ୍ବିତ ରାତିରେ ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢ ପୁର ଅଂଚଳରୁ ଡାଲା ଅଟୋ ଯୋଗେ ରାସ୍ତାରେ ସୋଇଥିବା ଗୋରୁ ଗାଈମାନଙ୍କୁ ଜବରଦସ୍ତ ଉଠାଇ ନିଆ ଯାଇଥିଲା। ସି ସି ଟି ଭି ଫୁଟେଜ କୁ ଆଧାର କରି ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ସେଇ ଗାଡ଼ିଟି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ରେ ଧରା ପଡ଼ିଛି। ଭାରତରେ ଗୋମାତାଙ୍କୁ ପୂଜା କରାଯାଉଥିବା ବେଳେ କିଛି ଅସାମାଜିକ ବ୍ୟକ୍ତିମାନେ ଏଭଳି କାର୍ଯ୍ୟ ବାରମ୍ବାର କରୁଛନ୍ତି। ଏଥି ନିମନ୍ତେ ଉତ୍କଳମଣି ସେବା ସଂଗଠନ, ମହାବୀର ଚାରିଟେବୁଲ ଟ୍ରଷ୍ଟ, ଶିବଶକ୍ତି ଗୌସେବା ସଂଘ ଓ ହ୍ୟୁମାନ ରାଇଟ୍ ର ମିଳିତ ଭାବେ ବାରଙ୍ଗ ଥାନା ରେ ଲିଖିତ ଅଭିଯୋଗ ଦିଆଯାଇଛି ତାହା ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଲୋପାମୁଦ୍ରା ଷଡ଼ଙ୍ଗୀ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *