ମାଁ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀ ଙ୍କ ଖଣ୍ଡା ଧୁଆ ମଶାଲ ଯାତ୍ରା

କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଦଶହରା ପର୍ବ ମାଁ ସର୍ବମଙ୍ଗଳା ଘାଟିମୁଣ୍ଡିଆଣୀ ଙ୍କ ଖଣ୍ଡା ଧୁଆ ମଶାଲ ଯାତ୍ରା ଧୂମଧାମ ରେ ଗୋତୋମୁଣ୍ଡା ଠାରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ପୂଜାପାଠ କରି ଦେବୀ ମାନଙ୍କ ସହିତ ଅତିଥି ମାନଙ୍କୁ ସୁସ୍ୱାଗତ ସହିତ ଖଣ୍ଡାଧୁଆ ପୋଖରୀ ରୁ ବାହାରି ମାଁ ଙ୍କ ମନ୍ଦିର ଅଭିମୁଖେ ମଶାଲ ଯାତ୍ରା ଆରମ୍ଭ ହେଇଥିଲା l ଏହି ପର୍ବରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, କୋକସରା ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ପୂର୍ବତନ ଉପାଧ୍ୟକ୍ଷା ତିଳତ୍ତମା ନାଏକ, ଅଶୋକ ପୋଟ୍ଟୋଯୋଶୀ ଆଉ ଅନ୍ୟାନ୍ୟ ଅତିଥି ଯୋଗଦେବାବେଳେ ପୂଜାକମିଟି ସଭାପତି ହେମନ୍ତ ମାଝୀ, ପୂର୍ଣ୍ଣ ନାଏକ, ଭରତ ପୁଝାରୀ, କଳାକାହ୍ନୁ ବାଗ ଯଦୁଦୁର୍ଗା, ପାର୍ଥବ ମାଝୀ, ପିଣ୍ଟୁ ନନ୍ଦ ଏବଂ ଗ୍ରାମ ବାସୀ ସମସ୍ତ ଙ୍କ ସହଯୋଗ ରେ ଡେମସା ନାଚ, ଘୁମୁରା, ଭଳି ବିଭିନ୍ନ ସାଂସ୍କୃତିକ ଦଳ ମାନେ ଭାଗ ନେଇ ଦର୍ଶକମାନଙ୍କ ମନକୁ ଆକୃଷ୍ଟ କରିଥିଲେ l ଏହା ସହିତ ପ୍ରତେକ ବର୍ଷ ଭଳି ତିନି ରାତି ରେ ରେକଡ଼ ଡେନ୍ସ, ନାଟକ, ଘୁମୁରା ପ୍ରତିଯୋଗିତା ହେବ l କଳାହାଣ୍ଡି ଗୋତୋମୁଣ୍ଡା ରୁ ମାଧବ ଠାକୁର ଙ୍କ ରିପୋର୍ଟ ହର୍ଷିକା ମେଡ଼ିଆ।

Leave a Reply

Your email address will not be published. Required fields are marked *