ଲୁହାସିଙ୍ଗା ଗଜଲକ୍ଷ୍ମୀ ପୂଜାରେ ଯୋଗଦେଲେ ସମାଜ ସେବୀ ଅର୍ଜୁନ ସାହୁ


ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଲୁହାସିଙ୍ଗା ବନ୍ଧ ସାହିରେ ବହୁ ଧୁମ ଧାମ ରେ ଲଷ୍ମୀ ପୂଜା ପାଳନ ଚାଲିଛି. ଏହି ପୂଜାରେ ମୁଖ୍ୟ ଅତିଥିଭାବେ ଯୁବ ସମାଜ ସେବି ତଥା ଅନୁଗୋଳ ଜିଲ୍ଲା ବିଜେପି ଉପସଭାପତି ଅର୍ଜୁନ କୁମାର ସାହୁ, ସାଙ୍ଗରେ ଚଳଚିତ୍ର ଜଗତର ଅଭିନେତା ଦୀପକ ଅଭିନେତ୍ରୀ ରିୟା ଦେ ଙ୍କୁ ସାଙ୍ଗରେ ଧରି କୁସୁମକୁହୁରି ଆମ୍ବତୋଟା ଠାରୁ ବିରାଟ ଶୋଭାଯାତ୍ରା ରେ ହଜାର ହଜାର ଦର୍ଶକ ଙ୍କ ସହ ଲୁହାସିଙ୍ଗା ପଞ୍ଚସଖା ଲଷ୍ମୀ ପୂଜା ମଣ୍ଡପ କୁ ଯାଇ ମାଙ୍କୁ ଦର୍ଶନ କରିଥିଲେ. ସାଂସ୍କୃତିକ କାର୍ଯ୍ୟକ୍ରମ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥିଭାବେ ପ୍ରଭୁ ଗଣେଶ ଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ପରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଧନା ଜଣାଇ ଥିଲେ. ଏହି ସଭାରେ ସମ୍ମାନିତ ଅତିଥିଭାବେ ଅଇଡ଼ା ସରପଞ୍ଚ ଙ୍କ ପ୍ରତିନିଧି ପ୍ରକାଶ ସେଠୀ, ଅଇଡ଼ା ମଣ୍ଡଳ ସଭାପତି ଅଜିତ ପ୍ରଧାନ, ଠାକୁର ଗଡ଼ ମଣ୍ଡଳ ପୂର୍ଵ ତନ ସଭାପତି ଚୈତନ୍ୟ ସାହୁ, ଠାକୁର ଗଡ଼ ଯୁବ ନେତା ସୁଜିତ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ. ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୀପକ ଏବଂ ରିୟା ଦର୍ଶକ ମାନଙ୍କୁ ନାଚରେ ଗୀତରେ ନଚେଇଥିଲେ ଝୁମେଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ଦର୍ଶକ ସମାଗମ ହୋଇଥିଲେ. ଏହାକୁ ସହଯୋଗ କରିଥିଲେ ପଞ୍ଚସଖା ପୂଜା କମିଟିର ସମସ୍ତ ସଦସ୍ୟ ଓ ଆଠମଲ୍ଲିକ ପୋଲିସ ବନ୍ଧୁମାନେ.
ଆଠମଲ୍ଲିକ ରୁ ବୁଲୁ ଦଳେଇ

Leave a Reply

Your email address will not be published. Required fields are marked *