ବାତ୍ୟା ” ଦାନା ” ପାଇଁ ଫିଲ୍ଡ ପ୍ରସ୍ତୁତି ର ସମୀକ୍ଷା ।


ସମ୍ଭାବ୍ୟ ବାତ୍ୟା ଆଶଙ୍କା ଭିତରେ କଟକ ସହରର ଜଳ ନିଷ୍କାସନ ସମସ୍ଯା ଅଞ୍ଚଳ ଗୁଡିକ ତଥା ସୂତାହାଟ , ପଟାପୋଲ , ଝୋଲାସାହି , ଛତ୍ର ବଜାର ଆଦି ପ୍ରମୁଖ ଅଞ୍ଚଳରେ ସ୍ଥିତି ସମୀକ୍ଷା କଲେ ମେୟର ସୁବାସ ସିଂହ , କଟକ ଜିଲାପାଳ ଦତାତ୍ରେୟ ଭାଉସାହେବ ସିନ୍ଧେ ଓ କମିଶନର ଶ୍ରୀ ଅନାମ ପାତ୍ର , ଡେପୁଟି ମେୟର ଦମୟନ୍ତୀ ମାଝି। ଛତ୍ର ବଜାର ବକ୍ସ ଡ୍ରେନ ନିକଟରେ 950 HP ର 8 ଟି ପମ୍ପ ସେଟ ଏବଂ 11 ଟି ବଡ ପମ୍ପ ସେଟ ଲଗାଯାଇଛି ,ଯାହାକି 150 ମିଲି ଲିଟର ବର୍ଷା ହେଲେବି ଜଳ ସଠିକ ସମୟରେ ନିଷ୍କାସିତ ହୋଇପାରିବ । ଶାଖା ଡ୍ରେନ ଗୁଡିକ , ଯାହାକି ବକ୍ସ ଡ୍ରେନ କୁ ସଂଯୋଗ କରୁଅଛି ତାହା ସଫାଇ କରାଯାଇ ଜଳ ନିଷ୍କାସନ ଉପଯୋଗୀ ହୋଇପାରିଛି । ସୂତା ହାଟ ଅଞ୍ଚଳ ରେ ଥିବା ସମସ୍ଯା ବୁଲି ଦେଖିବା ପରେ ତାହାର ପ୍ରତିକାର କରାଯାଇଅଛି । କଟକ ରେ ବର୍ଷା ଜଳ ନିଷ୍କାସନ କୁ ସୁଗମ କରିବାକୁ 283 ଟି ପମ୍ପ ସେଟ , 15ଟି ଫାୟାର ବିଗ୍ରଡେ ପମ୍ପ ସେଟ, 15 ଟି ଭଲ୍ଭୋ ପମ୍ପ ସେଟ ନିଯୋଜିତ କରାଯାଇଅଛି । 14 ଜଣ ଜୁନିୟର ଯନ୍ତ୍ରୀ ଏହି କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବାକୁ ଦାଇତ୍ଵ ଦିଆଯାଇଛି । 24 x 7 କଣ୍ଟ୍ରୋଲ ରୁମ ଖୋଲାଯାଇ ଏହି କାର୍ଯ୍ୟକୁ ତ୍ଵରାନିତ କରିବାକୁ ଵ୍ୟବସ୍ଥା କରାଯାଇଅଛି । ଏହି ପରିଦର୍ଶନ ସମୟରେ ୱାର୍କ୍ସ କମିଟି ର ଅଧକ୍ଷ୍ୟ ଶ୍ରୀ ପ୍ରଦୀପ ଖୁଣ୍ଟିଆ , କର୍ପୋରେଟର ଶ୍ରୀ ଚନ୍ଦନ ଜେନା, ଇତିଶ୍ରୀ ଦାସ , ଶ୍ରୀ ଯତୀନ କୁମାର ବେହେରା , ପ୍ରମୁଖ ଉପସ୍ଥିତ ଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *