ଆଜି ନାଉଗାଁ ବ୍ଲକ ପରିସରରେ ନବ ନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଉପସ୍ଥିତ ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି

ନାଉଗାଁ ବ୍ଲକ ରେ ବିଧାୟକ ଙ୍କ ଉପସ୍ଥିତ ସମୀକ୍ଷା ବୈଠକ ଅନୁଷ୍ଠିତ

ନାଉଗାଁ ବ୍ଲକ ବିଡ଼ିଓ ତପନ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ଏହି ବୈଠକ ରେ ବିଧାୟକ ଅମରେନ୍ଦ୍ର ଦାସ ଆଜି ନାଉଗାଁ ବ୍ଲକ ର ବିଭିନ୍ନ ବିଭାଗ ହେଉଥିବା କାର୍ଯ୍ୟ ଓ ସରିଯାଇଥିବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଉଚ୍ଚିତ ତଦାରଖ କରିବା ନିମନ୍ତେ ଶ୍ରୀ ଦାସ ବିଡ଼ିଓ ଓ ଯନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ନାଉଗାଁ ବ୍ଲକ ରେ ଆମ ଓଡିଶା ନବୀନ ଓଡିଶା ଓ ଆମ ଗାଁ ଆମ ବିକାଶ ବିଭିନ୍ନ ପଞ୍ଚାୟତ ରେ ହୋଇଥିବା କାର୍ଯ୍ୟ କୁ ଯାଞ୍ଚ କରି ଉଚ୍ଚିତ କାର୍ଯ୍ୟ ରେ ବିଲ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ, ସେହିପରି ପାନୀୟ ଜଳ ଯୋଗାଣ ବିଭାଗ ର କରାଯାଉ ଥିବା କାର୍ଯ୍ୟ କୁ ଶୀଘ୍ର ତ୍ୱରାନ୍ୱିତ କରିବାକୁ କହିଥିଲେ ଶ୍ରୀ ଦାସ, ଅନ୍ୟପଟେ ଉଚ୍ଚିତ ସ୍ଥାନରେ ଅଙ୍ଗନବାଡ଼ି ଗୃହ ନିର୍ମାଣ,ରେସନ କାର୍ଡ ଧାରୀ ମାନେ ଦୂର ସ୍ଥାନରେ ଖାଉଟି ସାମଗ୍ରୀ ଆଣିବାକୁ ନେଇ ସମସ୍ୟା ଉପରେ ଦୃଷ୍ଟି ଦେବା ଏବଂ ନାଉଗାଁ ବ୍ଲକ ରେ ବିଭିନ୍ନ ବିଦ୍ୟାଳୟ ଗୁଡିକ ରେ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା କୁ ଦେଖି ଶ୍ରେଣୀ ଗୃହ ନିର୍ମାଣ, ବିଦ୍ୟାଳୟ ମଧ୍ୟରେ ସୁରକ୍ଷିତ ବାଥରୁମ ନିର୍ମାଣ ଏପରି ଆଜି ବିଭିନ୍ନ ବିଭାଗ ର ଅଧିକାରୀ ଙ୍କ ସହିତ ଶ୍ରୀ ଦାସ ଆଲୋଚନା କରି ଥିବା ର ଦେଖା ଯାଇଛି l ଅନ୍ୟପଟେ ସରକାର ଙ୍କ ପକ୍ଷରୁ ଯେଉଁ ଅଧିକାରୀ ମାନେ ଜାଣି ଶୁଣି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କୁ ବାଟବଣା କରୁଥିବେ ସେହି ଅଧିକାରୀ ମାନଙ୍କୁ କଦାପି ବରଦାସ୍ତ କରାଯିବ ନି ବୋଲି ଶ୍ରୀ ଦାସ କହିବା ସହିତ ଏହି ସମୀକ୍ଷା ବୈଠକ ସରିବା ପରେ ସରିବା ଲୋକ ମାନଙ୍କ ର ବିଭିନ୍ନ ଆପତ୍ତି ଅଭିଯୋଗ କୁ ଶୁଣିଥିବା ର ଦେଖା ଯାଇଛି l
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *