ବିଦ୍ୟୁତ୍ ଟ୍ରଂସ୍ଫର୍ମର ପୋଡ଼ି ଅନ୍ଧାର ରେ ମଇ ମୁରା ବନ୍ଧ ସାହି ବାସିନ୍ଦା bi


ଆଠମଲ୍ଲିକ ବ୍ଲକ ମଇ ମୂରା ଗ୍ରାମ ପଞ୍ଚାୟତ ଅଧୀନ ବନ୍ଧ ସାହି ବସ୍ତିରେ ଥିବା ବିଦ୍ୟୁତ୍ ତ୍ରନ୍ସଫର୍ମର ପୋଡ଼ି ଯିବାରୁ ବସ୍ତିରେ ରହୁଥିବା ୧୫ ଘର ପରିବାର ଦିର୍ଘ୍ ୭ଦିନ ହେବ ଅନ୍ଧାରରେ ରହୁଥିବା ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି ବୋଲି କହିଛନ୍ତି। ସାହିର କମାର ନାୟକ, ସବିତା ଦେହୁରୀ, ଲକ୍ଷ୍ମୀ ଦେହୁରୀ, ପ୍ରତିମା ନାୟକ, ସୁକୁମାରୀ ପ୍ରଧାନ, କଳସୀ ନାୟକ ପ୍ରମୁଖ ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି ନୂଆ ଟ୍ରଂସଫର୍ମର ଲଗାଯାଇ ନାହିଁ। ଆମେ ବଇଣ୍ଡା ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ପରମା ନନ୍ଦ ଖିଲାର ଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଲଗାଣ ବର୍ଷା ଯୋଗୁଁ ପୁରୁଣା ଟ୍ରଂସ୍ଫର୍ମୋର୍ ଖୋଲିବାରେ ଅସୁବିଧା ହେଉଛି, ଟିକେ ପାଗରେ ସୁଧାର ଆସିଲେ ଆମେ ନୂଆ ଟ୍ରଂସ୍ଫର୍ମୋର ଲଗାଇ ବିଦ୍ୟୁତ୍ ଯୋଗାଣ ସ୍ଵାଭାବିକ କରିବୁ। ଆଠମଲ୍ଲିକ ରୁ ବୁଲୁ ଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *