କଟକ ଏସ୍ ସି ବି ମେଡିକାଲ କଲେଜରେ ନର୍ସ ଓ ନର୍ସିଂ ସର୍ଜନଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ

କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ମଧ୍ୟରେ ଗତ ୧୪ତାରିଖ ରାତିରେ ମେଡ଼ିସିନ ୱାର୍ଡ଼ରେ ରୋଗୀ ସେବାର ଅବହେଳାକୁ ନେଇ ନର୍ସିଂ ସର୍ଜନ ଓ ଜଣେ ନର୍ସ ଙ୍କ ମଧ୍ୟରେ ବଚସା ହୋଇଥିଲା। ଦୁହେଁ ପରସ୍ପରକୁ ଦୋଷାରୋପ କରିବାର ସମ୍ମାନ ଅସମ୍ମାନ ଓ ମାନ ଅପମାନ କଥା ଉଠିଥିଲା। ଏହି ବଚସାର ମୂଳ କାରଣ ହେଲା ମେଡିସିନ ୱାର୍ଡ଼ ର ଜଣେ ରୋଗୀଗୁ ପ୍ଲାଜମା ଦେବାର ଥିଲା। ନର୍ସିଂ ସର୍ଜନଙ୍କ ଆସିବା ବିଳମ୍ବ ହେବାରୁ ରୋଗୀକୁ ପ୍ଲାଜମା ଦେବାରେ ବିଳମ୍ବ ହୋଇଥିଲା ।ଏଥି ପାଇଁ କାର୍ଯ୍ୟରତ ନର୍ସ ଜଣକ ନର୍ସିଂ ସର୍ଜନଙ୍କୁ ଦୋଷାରୋପ କରିଥିଲେ। ପରସ୍ପର ମଧ୍ୟରେ ଯୁକ୍ତି ତର୍କ ଲାଗିଥିଲେ। ନର୍ସିଂ ସର୍ଜନ ଜଣଙ୍କ କହିବା କଥା ଯେ ତାଙ୍କୁ କାର୍ଯ୍ୟରତ ନର୍ସ ଜଣକ ଅସମ୍ମାନ କଲେ। ଅଶ୍ଳୀଳ ବ୍ୟବହାର କଲେ ଆମ ନର୍ସିଂ ସର୍ଜନ ମାନଙ୍କୁ ସାର୍ ଆଜ୍ଞା ଆପଣ କହିବା ବଦଳରେ ଖରାପ ଭାଷାରେ ଗାଳି ଗୁଲଜ କଲେ ତଥା ଆମେ ନର୍ସ ମାନଙ୍କଠାରୁ ଉପର ସ୍ତରରର ଆମକୁ ସେମାନେ ସମ୍ମାନ ଦେବାକୁ ବାଧ୍ୟ। ମାତ୍ର ଅପରପକ୍ଷରେ ନର୍ସମାନେ କହୁଛନ୍ତି ଯେ ସେମାନେ ନର୍ସିଂ ସର୍ଜନ ଏ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇନାହାନ୍ତି। ଆମେ ସରକାରଙ୍କ ଦ୍ବାରା ପୋଷ୍ଟିଂହୋଇଛୁ ଆମେ କାହିଁକି ନର୍ସିଂ ସର୍ଜନଙ୍କୁ ସାର୍ ଆଜ୍ଞା କହିବୁ। ପ୍ରକୃତରେ ଉଭୟ ସ୍ତରର ବ୍ୟକ୍ତି ବିଶେଷଙ୍କ ପାଇଁ ରୋଗୀମାନେ ବଳିପଡୁଛନ୍ତି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ଡାକ୍ତର ଖାନା ଖୋଲିଛନ୍ତି ରୋଗୀମାନଙ୍କ ଚିକିତ୍ସା ପାଇଁ । ଆଜି ଦୁଇ ପକ୍ଷରୁ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିପାଇଁ ଉଭୟ ଉଭୟଙ୍କୁ ଦୋଷ ଦେଉଥିବା ବେଳେ ମେଡିକାଲ ସୁପରିଟେଣ୍ଡେଣ୍ଟ କଣ ବିଚାର କରୁଛନ୍ତି ?କାହାକୁ କି ନ୍ୟାୟ ପ୍ରଦାନ କରି ସମାଧନ କରୁଛନ୍ତି କି ଘଟଣାଟି ଆଗକୁ ଯିବ ? ତାର ଅପେକ୍ଷାରେ ଦୁଇ ପକ୍ଷ ଅପେକ୍ଷା କରି ରହିଛନ୍ତି।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *