ଏହି ଘରେ ଦୀର୍ଘ ଦିନରୁ ଏକ ନକଲି ଚାହା କମ୍ପାନୀ

ନକଲି ପ୍ରତି ସାବଧାନ। TATA TEA
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ। ଆଜ୍ଞା ହଁ, ଆଜି ସି ଏମ୍ ସି ର ଏନଫୋର୍ସେମେଣ୍ଟ ସ୍କ୍ୱାର୍ଡ ସ୍ଥାନୀୟ ଜଗତପୁର ସ୍ଥିତ ଲକ୍ଷ୍ମଣ ପୁର କେନାଲ ରୋଡ ରେ ସରକାରୀ ଜମି ରେ ଥିବା ଘରକୁ ଭାଙ୍ଗୁ ଥିବା ବେଳେ ଏକ ନୂଆ ତଥ୍ୟ ଜଣା ପଡିଲା। ଏହି ଘରେ ଦୀର୍ଘ ଦିନରୁ ଏକ ନକଲି ଚାହା କମ୍ପାନୀ ଗଢି ଉଠିଥିଲା। ଟାଟା ଟି ନାମରେ ଚାହା ପ୍ରସ୍ତୁତ କରାଯାଇ ମାର୍କେଟ ରେ ବିକ୍ରି କରାଯାଉ ଥିଲା। ତେବେ ଏହି ନକଲି ଚାହା ପତି କମ୍ପାନୀ ଚାଲିବା ପାଇଁ କଞ୍ଚା ମାଲ୍ କେଉଁଠାରୁ ଆସୁଥିଲା ତଥା ଏହି ବ୍ୟବସାୟ ରେ କେଉଁ ମାନେ ଜଡ଼ିତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡ଼ିବ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *