ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହ ମଧ୍ୟରେ ଷଷ୍ଠ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

୨୧ ଗୋଟି ବିଭାଗ ର ଉନ୍ନୟନ କାର୍ଯ୍ୟ ର ଅଗ୍ରଗତି ଉପରେ ଆଲୋଚନା, ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହ ମଧ୍ୟରେ ଷଷ୍ଠ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ, ବିଭିନ୍ନ ବିଭାଗ ର ଅଗ୍ରଗତି ଉପରେ ଆଲୋଚନା ହୋଇଥିବା ବେଳେ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ଉଦ୍ୟାନ, ସାମାଜିକ ସୁରକ୍ଷା, ଭଳି ୨୧ ଗୋଟି ବିଭାଗୀୟ ର ଉନ୍ନୟନ କାର୍ଯ୍ୟ ଅଗ୍ରଗତି ନେଇ ଆଲୋଚନା ହୋଇଅଛି। ବିଶେଷ ରୂପେ ଆଦିବାସୀ ଛାତ୍ର ଛାତ୍ରୀଙ୍କ ଉଦ୍ଧିର୍ଷ୍ଟ ସମସ୍ତ ଯୋଜନା କାର୍ଯ୍ୟକାରି ହେବା ସହ ଶିକ୍ଷାର ମାନ ବୃଦ୍ଧି ନେଇ ସମୀକ୍ଷା କରିଛନ୍ତି । ସେହିପରି ପାନୀୟ ଜଳ ସମସ୍ୟା ଜିଲ୍ଲା ର ଗ୍ରାମାଞ୍ଚଳ ରେ ବ୍ୟାପକ ରହିଥିବା ବେଳେ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ହୋଇଅଛି। ପଞ୍ଚାୟତ ପ୍ରତିନିଧି ଙ୍କ ଉପସ୍ଥିତି ରେ କାର୍ଯ୍ୟ ସମୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଅଛି। ବୈଠକ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ହେମକାନ୍ତ ସାଏ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ୧୩ ଜଣ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ପାଞ୍ଚ ଗୋଟି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *