ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ଅଗଷ୍ଟ 16 ରେ ପରବର୍ତ୍ତୀ ଶୁଣାଣି

ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା। କଟକ ସ୍ୱତନ୍ତ୍ର ଜେଏମଏଫସି କୋର୍ଟରେ ହାଜର ହେଲେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି। ଗତ ଜୁଲାଇ 19 ରେ ବର୍ଷା ଙ୍କ ଭଉଣୀ ବନାନୀ ଦଲେଇ ଙ୍କ ସାକ୍ଷ ଗ୍ରହଣ କରାଯାଇଥିଲା। ସେଦିନ ସାକ୍ଷ ସମ୍ପୂର୍ଣ୍ଣ ହୋଇ ପାରି ନଥିଲା। July 23ରେ ବନାନୀ ଦଳେଇ ଙ୍କୁ ଅନୁଭବ ଙ୍କ ଓକିଲ ପକ୍ଷରୁ ଜେରା କରାଯାଇଥିଲା। ତେବେ ଜେରା ସମ୍ପୂର୍ଣ୍ଣ ହୋଇ ପାରି ନଥିବାରୁ ଆସନ୍ତା ଅଗଷ୍ଟ 16 ରେ ଏହି କେଶର ପରବର୍ତ୍ତୀ ଶୁଣାଣି ଲାଗି ଧାର୍ଯ୍ୟ କରାଯାଇଛି। ପୁରୀଘାଟ ଥାନାରେ ବର୍ଷା ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁ ରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି ମାମଲାର ପୋଲିସ ତଦନ୍ତ କରିବା ପରେ କୋର୍ଟରେ ଏହାର ବିଚାର ଜାରି ରହିଛି।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *