ସାଇକେଲ ରେ ଅନୁଗୋଳ ରୁ କେଦାରନାଥ ଅଭିମୁଖେ ଯାତ୍ରା

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ କଟରଙ୍ଗା ପଞ୍ଚାୟତ ଅନ୍ତର୍ଗତ ଆମ୍ବମୁଣ୍ଡା ଗ୍ରାମର ପିତା ଚେରୁ ମାଝୀ ମାତା ଲାବନ୍ୟ ମାଝୀ ଙ୍କ ୨୨ ବର୍ଷ ର ପୁଅ ସନୁ ମାଝୀ ଆଜି ସକାଳ ୫ ଘଣ୍ଟିକା ସମୟରେ ଆମ୍ବମୁଣ୍ଡା ଶିବ ମନ୍ଦିର ରେ ବାବା କାଶୀ ବିଶ୍ଵନାଥ ଙ୍କୁ ଦର୍ଶନ କରି ସାଇକେଲ ଯୋଗେ ପୁରୀ ଦେଇ କେଦାରନାଥ ଯାତ୍ରା କରୁଥିବା ଦେଖାଦେଇଛି । ବର୍ତମାନ ସୁଦ୍ଧା ବଇଣ୍ଡା, ଜରପଡା ଦୁକୁଡ଼ା ଦେଇ ବଡକେରା ,ଅନୁଗୋଳ , ବଅଁରପାଳ, ଭୂଷଣ ଅତିକ୍ରମ କରି ଢେଙ୍କାନାଳ ପାଖାପାଖି ହେବାକୁ ଯାଉଛନ୍ତି । ସାଇକେଲ ରେ ଲାଗିଥିବା ପୋଷ୍ଟର ରେ ତାଙ୍କ ଫୋନ ପେ ସ୍କାନର ରହିଅଛି । ଯେଉଁ ସହୃଦୟ ବ୍ୟକ୍ତି ସହଯୋଗ ର ହାତ ବଢାଇବାକୁ ଚାହିଁବେ ସେହି ସ୍କାନର ଯୋଗେ ସହଯୋଗ ରାଶି ପ୍ରଦାନ କରିପାରିବେ ।

ଆଠମଲ୍ଲିକ ରୁ ବୁଲୁ ଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *