ସୀମା ସୁରକ୍ଷା ବାହୀନୀ ଙ୍କ ଗାଡି ଧକା ରେ ଜଣେ ମୃତ ଜଣେ ଗୁରୁତର

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସଦର ମହକୁମା ରେ ଘଟିଛି ଏକ ମର୍ମାନ୍ତୁକ ସଡକ ଦୁର୍ଘଟଣା ଯେଉଁଥିରେ ଜଣଙ୍କର ମୃତୁ ଘଟିଥିବା ବେଳେ ଆଉ ଜଣକୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ଘଟଣା ଘଟିଥିବା ସୂଚନା ଅନୁଯାଇ ବିଏସଏଫ ଗାଡ଼ିଟି ଚିତ୍ରକୋଣ୍ଡା ପଞ୍ଜାବୀଛକ ପଟୁ ମୁଖ୍ୟ ରାସ୍ତାରେ ଆସୁଥିବା ବେଳେ ଚିତ୍ରକୋଣ୍ଡା ବସଷ୍ଟାଣ୍ଡ ପଟୁ ଆସୁଥିବା ଏକ ବାଇକ ସହ ମୁଖ୍ୟ ରାସ୍ତା ଆରଆଇ କାର୍ଯ୍ୟାଳୟ ଆଗରେ ମୁଁହାମୁଁହି ଧକା ହେବାରୁ ବାଇକରେ ବସିଥିବା ଦୁଇଜଣ ଗାଡ଼ିରେ ବାଇକ ସହ ଧକା ହୋଇ ଛିଟିକି ପଡ଼ିଥିଲେ l ଉଭୟ ଙ୍କୁ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା ସେଠି ଡାକ୍ତର ରାଜେଶ ଖରା କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ରାହୁଲ ସଗରିଆ ଅବସ୍ଥା ଗୁରୁତର ଥିବାରୁ ତାକୁ ମାଲକାନଗିରି ଜିଲା ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ବାଇକ ନେଇ ଯାଉଥିବା ଦୁଇଜଣ ଚିତ୍ରକୋଣ୍ଡା ବ୍ୟାଙ୍କ ଲାଇନ ସ୍ଥିତ ଘାଷି ଖରା ଙ୍କ ପୁଅ ରାଜେଶ ଖରା, ବୟସ -20 ବର୍ଷ, ଘାସି ପରିବାର ର ଏକ ମାତ୍ର ରୋଜଗାରିଆ ପୁଅ, ସେ ଏକ ଘରୋଇ ମୋବାଇଲ ଦୋକାନରେ କାମ କରୁଥିଲା l ଅନ୍ୟ ଜଣେ ଚିତ୍ରକୋଣ୍ଡା ପଞ୍ଜାବୀ ଛକ ନିକଟସ୍ଥ ଢ଼େପସାହି ର ଜୟରାମ ସଗରିଆ ଙ୍କ ପୁଅ ରାହୁଲ ସଗରିଆ, ବୟସ 21,ରାଜେଶ ପରିବାର ତରଫରୁ ଚିତ୍ରକୋଣ୍ଡା ଥାନାରେ ଏତଲା ଦିଆଯାଇଛି ଚିତ୍ରକୋଣ୍ଡା ଥାନା କେସ ନମ୍ବର 137/2024 ଅନୁଯାଇ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି l

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ

Leave a Reply

Your email address will not be published. Required fields are marked *