ରୋଗୀ ଚିକିତ୍ସିତ ହେଉଥିବା ସମୟରେ ଘର ଖାଲି କରିବାକୁ ଧମକ

ମଙ୍ଗଳାବଗ ସ୍ଥିତ କାଠଗୋଲା ଠାରେ ଅବସ୍ଥିତ ଉର୍ମିଳା ନସିଂହୋମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗତ ଗୁରୁବାର ଦିନ ଉର୍ମିଳା ନସିଂହୋମରେ ରୋଗୀମାନେ ଚିକିତ୍ସିତ ହେଉଥ‌ିବା ସମୟରେ ଘର ମାଲିକ ମନୋଜ ମହାରଣା କିଛି ଲୋକଙ୍କୁ ସାଙ୍ଗରେ ଧରି ନସିଂହୋମରେ ଲାଗିଥିବା ବୋର୍ଡ ଗୁଡିକୁ ଖୋଲିଦେଇଥିଲେ। ତତ୍ ସହିତ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଆସନ୍ତା କାଲି ସକାଳ ସୁଦ୍ଧା ଘର ଖାଲି କରିବା ପାଇଁ କାର୍ଯ୍ୟରତ ମହିଳା ନର୍ସ ମାନଙ୍କୁ କହିଥିଲେ । ଖବର ପାଇ ନସିଂହୋମର ମାଲିକ ଅଭୟ କୁମାର ଦାସ ସଙ୍ଗେ ସଙ୍ଗେ ୧୧୨କୁ ଫୋନ କରି ସହାୟତା ମାଗିବା ସହ ମଙ୍ଗଳାବାଗ ଥାନାରେ ଏକ ଲିଖତ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଏନେଇ ମଙ୍ଗଳାବାଗ ଥାନା ଅଧିକାରୀଙ୍କୁ ପଚାରିବାରୁ, ଘରଭଡା ବିବାଦକୁ ନେଇ ଏହି ସମସ୍ୟା ଉପୁଜୁଛି । ଉଭୟ ପକ୍ଷଙ୍କୁ ଥାନାକୁ ଡକାଯାଇ ପଚାରାଉଚୁରା କରାଯାଇଥିବା ବେଳେ ଏସିପି ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ବୋଲି ମଙ୍ଗଳାବାଗ ଥାନା ଅଧିକାରୀ କହିଛନ୍ତି ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *