ଜଳବାୟୁ ପରିବର୍ତ୍ତନ ସାହିତ୍ୟ ପ୍ରତିବିମ୍ବ -୨୦୨୪

ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ଗତିରାଉତପାଟଣା, କଟକ ଠାରେ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ୫୦ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ “ଜଳବାୟୁ ପରିବର୍ତନ ସାହିତ୍ୟ ପ୍ରତିବିମ୍ବ ୨୦୨୪ “‘ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ କବି/କବୟିତ୍ରୀ ଓ ଲେଖକ/ଲେଖିକାମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବ” ଶୀର୍ଷକ ଗବେଷଣାତ୍ମକ ଗଳ୍ପ, କବିତା ଓ ପ୍ରବନ୍ଧ ପାଠ କରିଥିଲେ । ଛାତ୍ରଛାତ୍ରୀବୃନ୍ଦ “ଜଳବାୟୁ ପରିବର୍ତ୍ତନ”ଶୀର୍ଷକକୁ ନେଇ ନିଜ ପେଣ୍ଟିଂ ପ୍ରଦାନ କରିଥିଲେ। ଜଳବାୟୁ ପରିବର୍ତ୍ତନକୁ ନେଇ ଲେଖି ଆଣିଥିବା କବିତା କିମ୍ବା ପ୍ରବନ୍ଧ ଗୁଡ଼ିକ ପାଠ କରାଯାଇଥିଲା। କବିତା ଓ ପ୍ରବନ୍ଧ ଏହି ଦୁଇ ବିଭାଗରେ ଅଂଶ ଗ୍ରହଣ କରିନ ଥିବା ପ୍ରତିଯୋଗୀ ମାନେ ଅନୁଷ୍ଠାନ ଦ୍ବାରା ପଚରା ଯାଇଥିବା ଦୁଇଟି ପ୍ରଶ୍ନର ଉତ୍ତର ଦେଇ ” ଓଡ଼ିଶା ଜ୍ଞାନ ବିଜ୍ଞାନ ସାରସ୍ବତ ପ୍ରତିଭା ପୁରସ୍କାର ” ପାଇବା ପାଇଁ ଯୋଗ୍ୟ ବିବେଚିତ ହେଇଥିଲେ। ଏହା ସହ ଓଡ଼ିଶୀ ନୃତ୍ୟ ପରିବେଷଣ ଏବଂ ଦେଶତ୍ମକବୋଧ ସଙ୍ଗୀତ ଗାନ କରାଯାଇଥିଲା ।କଣ୍ଠଶିଳ୍ପୀମାନେ ପ୍ରଭୁ ଜଗନ୍ନାଥଙ୍କ ଜଣାଣ ଗାନ କରିଥିଲେ । ପ୍ରଫେସର ଡକ୍ଟର କୁମରବର ଦାସ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ନ୍ୟାୟାଧିଶ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ନିଧି କୁମାର ରାଉତରାୟ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠାତା ଡଃ ସଂଗ୍ରାମ କେଶରୀ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମ୍ମାନିତଅତିଥି ଭାବରେ ଶ୍ରୀଯୁକ୍ତ ନାରାୟଣ ନାୟକ,ଶ୍ରୀଯୁକ୍ତ ବିଜୟ ଦାସ, ଏବଂ ନାଟ୍ୟକାର ପଣ୍ଡିତ ନୀଳକଣ୍ଠ ରାଉତ,ଡଃ. ଦିପାୟନ ପଟ୍ଟନାୟକ, ଶ୍ରୀଯୁକ୍ତ ହରିହର ସେଠୀ,ଶ୍ରୀମତୀ ଅମ୍ବିକା ବିଶ୍ବାଳ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବା ସହ ବିଶେଷ ଆଲୋଚନା କରିଥିଲେ।
କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *