ନୂଆପଡା ଜିଲ୍ଲା କୋମନା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଲଙ୍ଗୀପଡା ଠାରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି

ଶିକ୍ଷକ ମଧୁସୂଦନ ପାଣିଗ୍ରାହୀ ଙ୍କ ଅଭିନବ ଶିକ୍ଷାଦାନ ଦେଖି ଅଭିଭାବକ ଓ ଗ୍ରାମବାସି ଉଚ୍ଚପ୍ରଶଂସା କରିଥିଲେ,
ସହ ଶିକ୍ଷକ ମଧୁସୂଦନ ପାଣିଗ୍ରାହୀ ପେସା ରେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ୍ୟ ନିଶା ତାଙ୍କର ଅଭିନୟ l ସେ କୋଶଲି ଭାଷାରେ ଧନୁଯାତ୍ରା ମଞ୍ଚ ରେ କଂସ ଭୂମିକାରେ ଅଭିନୟ କରି, ନୂଆପଡା ଜିଲ୍ଲା ତଥା ଜିଲ୍ଲା ବାହାରେ ଉଚ୍ଚ ପ୍ରଶଂସ୍ଥିତ ହୋଇଛନ୍ତି l

ଶିକ୍ଷା ସପ୍ତାହ ପାଳନ ଅବସରରେ ମୌଳିକ ସାକ୍ଷରତା ଓ ସଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରଦର୍ଶନୀ, ଦକ୍ଷ୍ୟତା ଓ ଇକୋ କ୍ଲବ ମାଧ୍ୟମରେ ଜୀବନର ଉଦେଶ୍ୟ ଓ ପରିବେଶ ସୁରକ୍ଷା ଆଧାରିତ ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ ସବୁ କରାଯାଇଥିଲା l

ଶିକ୍ଷା ବିଭାଗ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କରାଯାଉ ଥିବା ଏହି ସବୁ କାର୍ଯ୍ୟକ୍ରମ ପାଇଁ ଅଭିଭାବକ ମହଲ ଖୁସି ଜାହିର କରିଛନ୍ତି l

ନୂଆପଡା ଜିଲ୍ଲା ରୁ ହୃଷିକେଶ ଦଣ୍ଡସେନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *