ଭୁବନରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣୀରେ ମୋଟ ୧୪୯ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ କିଛି ସାମୂହିକ ଏବଂ କିଛି ବ୍ୟକ୍ତିଗତ ଅଭିଯୋଗ ଆସିଛି, ଭୁବନ ଥାନା ରେ ପେଟ୍ରୋଲିଂ ଗାଡି ର ଅଭାବ ଥିବା କିଛି ନାଗରିକ ଅଭିଯୋଗ କରିଥିଲେ, ପୂର୍ବରୁ ଦିଆ ଯାଇଥିବା ଅଭିଯୋଗ ଆଧାର ରେ ଦୁଇଟି ଗାଡି ବଦଳରେ ଗୋଟିଏ ଗାଡି ଭୁବନ ଥାନା କୁ ମିଳିଛି ତେଣୁ ଆଉ ଗୋଟିଏ ଗାଡି ତୁରନ୍ତ ଦେବାକୁ ଏସ୍ପି ଙ୍କୁ ଅନୁରୋଧ କରିଛନ୍ତି ସାମାଜିକ କର୍ମୀ ଜୟଗୁରୁ ପାତ୍ର, ଯାହା ଫଳରେ କି ଥାନା ତଦନ୍ତ କାରୀ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାରିବେ l ଭୁବନ ସହର ମଧ୍ୟରେ ଭାରିଯାନ ଚଳାଚଳ କୁ ସୁଗମ କରିବା ପାଇଁ ଅନୁରୋଧ କରିଥିଲେ ସାମ୍ବାଦିକ ଭାଇ ମାନେ, ତେବେ ଖୁବଶୀଘ୍ର ସମସ୍ତ ଅଭିଯୋଗକୁ ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ ଅମ୍ରିତୀ ରୁତୁରାଜ।ଏହି ଶିବିରରେ ଜିଲ୍ଲା ଏସ୍ପିଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Report Papu sahoo

Leave a Reply

Your email address will not be published. Required fields are marked *