ପେଟା ନାଳ ସିଡିଏ ଓ ବିଡାନାସୀ ବାସିନ୍ଦାଙ୍କ ପାଇଁ ଦୁଃଖ

  • ପେଟା ନାଳ ସିଡିଏ ଓ ବିଡାନାସୀ ବାସିନ୍ଦାଙ୍କ ପାଇଁ ଦୁଃଖ.. ଏଣୁ ପେଟାନାଳକୁ ନେଇ ରାଜନୀତି ନ ହେଉ.. ସହରବାସୀଙ୍କ ପାଇଁ ପେଟାନାଳ ପ୍ରକଳ୍ପ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ.. ଏହି ପ୍ରକଳ୍ପ ପାଇଁ ଦେବାଶିଷ ସାମନ୍ତରାୟଙ୍କ ଠାରୁ ଆରମ୍ଭ କରି ମହମ୍ମଦ ମୋକିମ ଓ ମେୟର ସୁବାସ ସିଂହ ସମସ୍ତଙ୍କ ସହଭାଗିତା ରହିଛି.. ଏହି ପ୍ରକଳ୍ପ ତତ୍କାଳୀନ ନବୀନ ସରକାରଙ୍କ ପାଇଁ ସମ୍ଭବ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନେତା ପେଟା ନାଳକୁ ରାଜନୀତି ରୂପଦେଇ  ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି.. ହେଲେ ବାସ୍ତବିକ ପ୍ରସଙ୍ଗ ଓ ଲୋକଙ୍କ ସମସ୍ୟା ପ୍ରତି ଅଣଦେଖା କରାଯାଇଛି.. ଏତେ ବଡ଼ ଜନ ହିତକର ପ୍ରକଳ୍ପ ଅଧାପନ୍ତରିଆ ହୋଇ ବନ୍ଦ ରହୁଥିବା ବେଳେ ଏହାକୁ ନେଇ ରାଜନୀତି ହେଉଛି କିନ୍ତୁ ସଫଳ କରିବା ପାଇଁ କାହାରି ଉଦ୍ୟମ ନାହିଁ.. ଅଧା କାମରୁ ଠିକାଦାର କାମ ଛାଡି ପଳାଇ ଯାଉଛନ୍ତି ପେଟା ନାଳକୁ ନେଇ ସିଏମସି ମେୟରଙ୍କ ଟାର୍ଗେଟରେ  ଗିରିବାଲା.. ପୁଣି ଥରେ ପୁରୁଣା କଥାକୁ ଦୋହରାଇଲେ ସୁବାସ.. କହିଲେ, ପେଟା ନାଳ ପ୍ରୋଜେକ୍ଟ ଆମ ସମୟରେ ହୋଇଛି, ମୋକିମ ଯଦି ଏତେ କରିତକର୍ମା ଥିଲେ ତାଙ୍କ ସମୟରେ କାର୍ଯ୍ୟ କାହିଁକି ହେଲାନି? ପଙ୍କ ଭିତରେ ପଶି ଫ୍ଲାଗକାର୍ଡ ଧରି ଛିଡା ହୋଇଗଲେ କାମ ହୁଏନି.. ସହର ପାଇଁ ମୋକିମଙ୍କର କେତେ ଅବଦାନ ସେକଥା ପୌର ନିର୍ବାଚନ ପ୍ରମାଣିତ କରିଛି.. ତେଣୁ ଏ କାମ କେବଳ ଆମ ପାଇଁ ସମ୍ଭବ ହୋଇଛି.. ବିଧାୟକଙ୍କର କାତ କେତେ.. ସେ କେବଳ ନିଜ ଲ୍ୟାଡ଼ରୁ ଲାଟିନ ବାଥରୁମ ବା ମନ୍ଦିର ପୁନରୁଦ୍ଧାର ଭଳି କାର୍ଯ୍ୟ କରିପାରିବେ.. ଉନ୍ନତିକରଣ କାର୍ଯ୍ୟ ବିଧାୟକଙ୍କ ହାତରେ ନଥାଏ.. ଗିରିବାଳାଙ୍କ ଭଳି ଜଣେ ନେତ୍ରୀଙ୍କର ସାମାନ୍ୟତମ ସେନ୍ସ ନାହିଁ.. ଜାଛାତା ଭାଷା କହୁଛନ୍ତି.. ଆମେ ଏଭଳି ଭାଷା ସହ ଜଡିତ ନୁହେଁ.. ଏଣୁ ଗିରିବାଳାଙ୍କୁ ଦୁରରୁ ଜୁହାର ପକାଇଛନ୍ତି ମେୟର ..

Leave a Reply

Your email address will not be published. Required fields are marked *