ଭିନ୍ନ ଉପାୟରେ ରେ ଲକ୍ଷଧିକ ଟଙ୍କା ର ଛେଳି ଚୋରି

ମୁହଁ ରେ ବ୍ଲାକଟେପ ଭିଡି ଲକ୍ଷଧିକ ଟଙ୍କା ର ଛେଳି ଚୋରି ଥାନାରେ ଅଭିଯୋଗ l ଏପରି ଘଟଣା ଦେଖିବାକୁ ମିଳିଛି ନାଉଗାଁ ଥାନା ଅଧିନ ଅଙ୍ଗେଶ୍ୱରପଡ଼ା ଗ୍ରାମରେ l ଏହି ଗ୍ରାମର ସୁଧୀର ଲେଙ୍କା କ ଘରେ ଗତକାଲି ବିଳମ୍ବିତ ସପରିବାର ସୋଇଥିବା ସମୟ ରେ କିଛି ଦୁର୍ବୁତ୍ତ ଛୋଟ ଛେଳି ଙ୍କ ମୁହଁ ରେ ବ୍ଲାକଟେପ ଭିଡି ପାଖାପାଖି 15 ଟି ଛେଳି ଚୋରି କରିନେଇଥିଲେ l ଯାହାକି ଆଜି ସୁଧୁରି ଙ୍କ ପରିବାର ଲୋକେ ସକାଳୁ ଉଠି ଦୁଇଟି ଛୋଟ ଛେଳି ଗୁଡିକ ମରି ପଡ଼ିଥିବା ସହିତ 15 ଟି ଛେଳି ଚୋରି ହୋଇଥିବା ର ଜାଣିବା ପରେ ନିରୁପାୟ ହୋଇ ସୁଧୁରି ଏକ ଲିଖିତ ଅଭିଯୋଗ ନାଉଗାଁ ପୋଲିସ ଷ୍ଟେସନ ରେ କରିଛନ୍ତି l କିନ୍ତୁ ନାଉଗାଁ ଅଞ୍ଚଳ ରେ ଏହି ଛେଳି ଚୋରି କିଛି ଦିନ ହେବ ବନ୍ଦ ହୋଇ ଯାଇଥିଲେ ମଧ୍ୟ ତାହା ଏବେ ପୁନରାବୃତ୍ତି ହୋଇ ଥିବା ର ଦେଖି ବାକୁ ମିଳିଛି
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *