ଶିକ୍ଷୟତ୍ରୀ ପ୍ରତିଭା ମଞ୍ଜରୀ ବିଶ୍ୱାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସହକାରୀ ଶିକ୍ଷୟତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଙ୍ଗେଶ୍ୱରପଡ଼ା ସରକାରୀ ଉଚ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ପ୍ରତିଭା ମଞ୍ଜରୀ ବିଶ୍ୱାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷତ୍ରୀ ମଧୁସ୍ମିତା ଦାସଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ମୁଖ୍ୟ ବକ୍ତାଭାବେ ନିଲୁରାମା ଜେନା, ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ କବିତା ନାୟକ, ଡେରିକି କସ୍ତୁରିବା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣ, ସମାଜସେବୀ ଉପେନ୍ଦ୍ରନାଥ ବିଶ୍ଵାଳ, ବାବାଜୀ ଚରଣ ମୁଦୁଲି ପ୍ରମୁଖ ଯୋଗଦେଇ ଶ୍ରୀମତୀ ବିଶ୍ୱାଳଙ୍କ ଶିକ୍ଷକତା ଜୀବନୀ ସମ୍ବନ୍ଧରେ ଆଲୋକପାତ କରିବା ସହିତ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲୀପ କୁମାର ସ୍ବାଇଁ ପରିଚାଳନା କରିଥିବା ବେଳେ ଶିଶିର କୁମାର ପାତ୍ର, କ୍ରିଷ୍ଣାରାଣୀ ଓଝାଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।
ଜଗତସିଂହପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *