ପାରାଦୀପ ନେହେରୁବଙ୍ଗଳା ମୁହାଣ ମୁହଁ ରେ ଅଘଟଣ |

ପାରାଦୀପ ନେହେରୁବଙ୍ଗଳା ମୁହାଣ ମୁହଁ ରେ ଅଘଟଣ | 7 ଜଣ ମସ୍ଥ୍ୟଜୀବି ଭାସିଗଲେ |
ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର – 3 ବୋଟ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନ ରେ ହଠାତ ତ୍ରୁଟି ଦେଖା ଯାଇଥିଲା | ପାଖରେ ଥିବା ବୋଟ ଗୋପାଳ ଜୀଉ ବୋଟ ତାକୁ ଏକ ଦଉଡି ସାହାଯ୍ୟରେ ବାନ୍ଧି ଟାଣି ଆଣିଥିବା ବେଳେ ମୁହାଣ ମୁହଁ ରେ ହଠାତ ଦଉଡି ଟି ଛିଡି ଯିବାରୁ ବୋଟ ଟି ଦୂର ସମୁଦ୍ର ଭିତରକୁ ଭାସି ଯାଇଥିବା କୁହାଯାଉଚି | ବୋଟ ରେ 7 ଜଣ ମସ୍ଥ୍ୟଜୀବି ଥିବା ବେଳେ ଅନ୍ଧାର ହେଇ ଯାଇଥିବାରୁ ସେମାନଙ୍କର ଖୋଜ ଖବର ମିଳିନାହିଁ | ଉଦ୍ଧାର କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଛି |
ଜଗତସିଂପୁର ରୁ କୁନା ବାରିକ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *