କାର ଉପରେ ଓଲଟିଲା କଣ୍ଟେନର୍

ଗୋପାଳପୁର ବାଲିକୁଦା ଛକ ନିକଟରେ ଘଟିଛି ଏକ ବଡ଼ ଦୁର୍ଘଟଣା। ସୂଚନାଯୋଗ୍ୟ ଯେ ଆଜି ରାତି ପ୍ରାୟ 9 ଟା ସମୟରେ ଏକ ଚୂନ ବୋଝେଇ କଣ୍ଟେନର ବୁବନେଶ୍ୱର୍ ଆଦୁ କଟକ କୁ ଆସୁଥିଲା। ତେବେ ଟ୍ରାଫିକ ସିଗ ନାଲ୍ ପାଇ ବ୍ରେକ ମାରିବାରୁ ଭାରସାମ୍ୟ ହରାଇ କଟକ ରୁ ଭୁବନେଶ୍ୱର ଯାଉଥିବା ଏକ କାର୍ ଉପରକୁ ଓଲଟି ପଡ଼ିଥିଲା। କାର ଭିତରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ କଣ୍ଟେନର ଡ୍ରାଇଭର ଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ କୁ ପଠାଯାଇଛି। କାର ଟି ସମ୍ପୂର୍ଣ ରୂପେ ଜଳି ଯାଇଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣା ସ୍ଥଳରେ ଏନ୍ ଏଚ ଏ ଆଇ କର୍ତ୍ତୃପକ୍ଷ,ଟ୍ରାଫିକ ଏ ସି ପି, ଅଗ୍ନିଶମ ବିଭାଗ ପହଞ୍ଚିଥିବା ବେଳେ ଟ୍ରାଫିକ ପୋଲିସ ଭୁଲ ସିଗ୍ ନାଲ ଦେଇଥିବା ଯୋଗୁ ଏଭଳି ଅଘଟଣ ଘଟିଲା ବୋଲି ଦେଖଣାହାରୀ ଲୋକମାନେ ପ୍ରତିକ୍ରିୟା ଦେଇଛନ୍ତି।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *