ବାରବାଟୀ ଷ୍ଟାଡିୟମର ରୁପାନ୍ତରିକରଣ ହେବ ନା ନାହିଁ ?


ଖେଳପ୍ରେମୀ ଓ କଟକ ବାସୀ -ଉତ୍ତର ଅପେକ୍ଷାରେ…….

ବାରବାଟୀ ଷ୍ଟାଡିୟମ ଓଡ଼ିଶାର ଗର୍ବ ଓ ଗୌରବ।ବି.ସି.ସି.ଆଇ ର ୨୦୧୬ ନୀତି ଅନୁଯାଇ ପଥମେ ବାରବାଟୀ ଷ୍ଟାଡିୟମର ମାଲିକାନା ସତ୍ତ୍ଵ OCA ଅଧୀନକୁ ଆସିବା ପରେ ଯାଇ ଉନ୍ନତି କରଣ କାର୍ଯ୍ୟ ପାଇଁ ପ୍ରକ୍ରିୟା ଆଗେଇ ପାରିବ।ଏଥି ନେଇ ପୂର୍ବ ସରକାର ଙ୍କ ସମୟରେ, ରାଜ୍ୟ କ୍ୟାବିନେଟ ଦ୍ବାରା ଅନୁମୋଦନ ଲାଭକରି ଜମି ହସ୍ତାନ୍ତରଣ କାର୍ଯ୍ୟ ସମ୍ପୂର୍ଣ କରାଯାଇଥିଲା . କିନ୍ତୁ ଏହି ନବୀକରଣ ର କୌଣସି ଯୋଜନା ନଥିବା କଥା ମାନ୍ୟବର ମନ୍ତ୍ରୀ ବିଧାନ ସଭାରେ ପ୍ରକାଶ କରିବା ଦ୍ବାରା ରାଜ୍ୟର ଖେଳ ପ୍ରେମୀ ଓ କଟକ ବାସୀଙ୍କୁ ବଡ ନିରାଶ କରିଅଛି।ବାରବାଟି ଷ୍ଟାଡିୟମ ବିଶ୍ବସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ହେବା ପାଇଁ ନିକଟରେ ରାଜ୍ୟ ସରକାର ଦୀର୍ଘ ବର୍ଷ ପରେ ଜମିର ମାଲିକାନା ହସ୍ତାନ୍ତର କରିବା ପରେ, କଟକ ବାସୀ ଓ ଖେଳ ପ୍ରେମୀ ଙ୍କୁ ନିରାଶ କରିବା ଦୁଃଖ ଓ ପରିତାପ ର ବିଷୟ ! ରାଜ୍ୟ ସରକାର ଘୋଷଣା କରନ୍ତୁ ବାରବାଟୀ ଷ୍ଟାଡିୟମ ନବୀକରଣ ହେବ ନା ନାହିଁ ? ଏହାର ଉତ୍ତର ଅପେକ୍ଷାରେ କଟକ ସହର ଓ ରାଜ୍ୟର ଅସଂଖ୍ୟ ଖେଳ ପ୍ରେମୀ । ଏଥି ନିମନ୍ତେ କଣ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ସୁବାଷ ସିଂ, ଆସନ୍ତୁ ଜାଣିବା…

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *