ରାଷ୍ଟ୍ରୀୟ ଅଙ୍ଗଦାନ ଦିବସ ପାଳିତ

ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ସୋଟୋ ପକ୍ଷରୁ ଏସ ସି ବି ମେଡ଼ିକାଲ ନୂତନ ସମ୍ମିଳନୀ
କକ୍ଷରେ ଗତ ତିନି ଦିନ ଧରି ଚାଲିଥିବା ରାଷ୍ଟ୍ରୀୟ ଅଙ୍ଗଦାନ ଦିବସ ପାଳନ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ
ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଅଙ୍ଗଦାନ ସଂକ୍ରାନ୍ତରେ ଭାରତରେ ଥ‌ିବା ଆଇନର ତର୍ଜମା କରିଥିଲେ। ସେ କହିଥିଲେ ଯେ, ଅଙ୍ଗଦାନ ପାଇଁ
ଓଡ଼ିଶାରେ ଜନ ଆନ୍ଦୋଳନର ଆବଶ୍ୟକତା ରହିଛି ।ସେ ମଧ୍ଯ ଅଙ୍ଗଦାନ କରିଥିବା ଘୋଷଣା କରିଥିଲେ ।
ସମ୍ମାନିତ ଅତିଥ୍‌ଭାବରେ ଦୈନିକ ‘ସମାଜ’ର ସମ୍ପାଦକ ତଥା ଶରୀର ଓ ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ କହିଥିଲେ
ସରକାରୀ ସ୍ତରରେ ଅଙ୍ଗଦାନ ସଚେତନତା ଉପରେ ଗୁରୁତ୍ଵ ଦିଆଗଲେ ସାମାଜିକ ସଂଗଠନଗୁଡ଼ିକ ଏହି ସଚେତନତା ବାର୍ତ୍ତାକୁ ତ୍ବରିତ ବେଗରେ ଲୋକଙ୍କ
ପାଖରେ ପହଞ୍ଚାଇବେ ।ସେହିପରି ସମ୍ମାନିତ ଅତିଥି ଭାବେ ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ
କହିଛନ୍ତି, ୧୦ ବର୍ଷ ପୂର୍ବେ ଏହି ଅଙ୍ଗଦାନ କରିବା ନେଇ ନାନା ପ୍ରଶ୍ନ ଉପୁଜୁଥିଲା; କିନ୍ତୁ ଲୋକଙ୍କ ସଚେତନତା ପାଇଁ ଆଜିର ସମୟରେ ଏହା ବୃଦ୍ଧି ପାଇଛି ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ସ୍ଵାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି
ପ୍ରଫେସର ମାନସ ରଞ୍ଜନ ସାହୁ ଯୋଗଦେଇ ଚଳିତ ଶିକ୍ଷାବର୍ଷ ଠାରୁ ଏମବିବିଏସ ପାଠ୍ୟକ୍ରମରେ ଅଙ୍ଗଦାନ ସାମିଲ କରାଯାଇଥିବା ନେଇ ଘୋଷଣା
କରିଥିଲେ। ସୋଟୋର ଉମାକାନ୍ତ ଶତପଥୀ, ଡାକ୍ତରଖାନା ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଅଙ୍ଗଦାନ ନେଇ ନିଜ ବକ୍ତବ୍ୟ ଦେଇଥିଲେ। ତେବେ ମୂତ୍ର ବିଭାଗ ମୁଖ୍ୟ ଡା. ସମୀର ସ୍ଵାଇଁ ସ୍ବାଗତ ଭାଷଣ ଦେଇଥ‌ିବା ବେଳେ ବୃକ୍‌କ ରୋଗ
ବିଭାଗୀୟ ମୁଖ୍ୟ ଅରୁଣା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଗତ ବର୍ଷଗୁଡ଼ିକରେ ଅଙ୍ଗଦାନ କରିଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ଏକ ଭାବଗମ୍ଭୀର ପରିବେଶରେ
ସମୃଦ୍ଧିତ କରାଯାଇଥିଲା। ଏସ୍ଏସହ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସର୍ବଶେଷରେ ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅଙ୍ଗଦାନର ମହତ୍ତ୍ଵକୁ ନେଇ ଏକ ନାଟକ ପରିବେଷଣ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡା ଜୟନ୍ତ ପଣ୍ଡା,
ଡା ସଞ୍ଜୟ ଚୌଧୁରୀ, ଡା ରାଜେଶ ଦୋରା, ଡା ମନୋଜ ପଟ୍ଟନାୟକ ଓ ଦେବେନ୍ଦ୍ର ସୂତାର ପ୍ରମୁଖ ଉପସ୍ଥିତ ଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *