ପରଲୋକ ରେ ବିଶିଷ୍ଟ କବି ଓ ଲେଖକ ଶ୍ରୀ ବଳରାମ ପୁଜାରୀ

ମାଲକାନଗିରି ଜିଲ୍ଲାର ଜଣେ ସୁଖ୍ୟାତି , ସୁପରିଚିତ, ସୁସାହିତ୍ୟିକ ତଥା ସୁଦକ୍ଷ୍ୟ କବି ବଳରାମ ପୂଜାରି ଆଉ ନାହାଁନ୍ତି।ଆଜି ଭୋର ସମୟ ପାଖାପାଖି ୨.୫୧ ମି ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ସେ ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲାରେ ଶିକ୍ଷକତା କରି ଆସୁଥିଲେ। ବିଗତ କିଛି ବର୍ଷ ହେବ ସେ ମୁଖ କ୍ୟାନସରେ ପିଡିତ ଥିଲେ। କିଛି ଦିନ ପୂର୍ବରୁ ଭୁବନେଶ୍ଵର ଠାରେ ଥିବା ବାଗଚି କ୍ୟାନସର ହସପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଆଜି ତାଙ୍କର ଦେହାନ୍ତ ହୋଇଛି।କବି ବଳରାମ ପୂଜାରି ଜଣେ ସୁଲେଖକ ତଥା କବି ଭାବେ ଜିଲ୍ଲା ତଥା ରାଜ୍ୟରେ ଖ୍ୟାତି ରହିଥିଲା। ତାଙ୍କର ବଳିଷ୍ଠ ଲେଖା ପାଇଁ ସେ ବେଶ୍ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଶିକ୍ଷକତା ସହ ସାହିତ୍ୟରେ ମଧ୍ୟ ରୁଚି ରହିଥିଲା। ତାଙ୍କ ଲେଖନୀ ମୁନରୁ ଅନେକ କବିତା ସଂକଳନ ଲେଖିଛନ୍ତି। ଶବ୍ଦବ୍ରହ୍ମ , ମାଟିଲଗ୍ନା , ଇଶ୍ୱରଙ୍କ ଭାଡି ଏବଂ ଶ୍ୱେତପଦ୍ମା ଭଳି ବଳିଷ୍ଠ କବିତା ସଂକଳନ ଲେଖିଛନ୍ତି। ତାଙ୍କର ଦେହାନ୍ତରେ ଜିଲ୍ଲାର ବୁଦ୍ଧିଜୀବୀ ଏବଂ ସାହିତ୍ୟିକ ମହଲରେ ଶୋକରେ ଛାୟା ଖେଳିଯାଇଛି। ଦୈନିକ ଖବରକାଗଜ ସମାଜରେ ତାଙ୍କର ବଳିଷ୍ଠ ଲେଖା ପ୍ରକାଶିତ ହେବା ପରେ ସମାଜ ପକ୍ଷରୁ ସେ ସମ୍ମାନିତ ମଧ୍ୟ ହୋଇଥିଲେ। ବଳରାମଙ୍କ ମୃତ୍ୟୁର ଖବର ପାଇ ମାଲକାନଗିରି ବିଧାୟକ ନରସିଂହ ମାଡକାମି , ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଏବଂ ଜିଲ୍ଲା ସମସ୍ତ ସାହିତ୍ୟିକ ଶୋକ ପ୍ରକାଶ କରିଛନ୍ତି। ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ପ୍ରକାଶକ ପ୍ରଭାତ କୁମାର ଆଚାର୍ଯ୍ୟ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *