କୁଡୁମୁଲୁଗୁମ୍ମା ତହସିଲ ରେ ବିଧାୟକଙ୍କ ଦ୍ୱାରା ଜଙ୍ଗଲ ଜମି ପଟା ବଣ୍ଟନ

ମାଲକାନ ଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ତହସିଲ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ, ବୈଠକକୁ କୁଡୁମୁଲୁଗୁମ୍ମା ତହସିଲଦାର ଟୁକୁନୁ ପୁଟ୍ଟା ସଭାପତିତ୍ବ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଦିଦାୟୀ ଉନ୍ନୟନ ସ°ସ୍ଥାର ସ୍ୱତନ୍ତ୍ର ଅଧିକାରୀ କିରଣ ନାୟକ, ସରପଞ୍ଚ ମଙ୍ଗଳା ମାଢୀ,ବନ ଅଧିକାରୀ ଜ୍ୟୋତି ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ଓ ପରିବର୍ତ୍ତନ ସ°ସ୍ଥାର କର୍ମଚାରୀ ଏସ୍. କେ. ରଜିଦ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଖିଲ କହିଥିଲେ ଯେ ଜଙ୍ଗଲ ଜମି ପଟ୍ଟା ପାଇଲା ପରେ ଉକ୍ତ ଜମିର ସମତୁଲ କରିବା ସହ ଗୋଟିଏ ଗୋଟିଏ ଚାରା ରୋପଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ , ଏବଂ କହିଥିଲେ ଯେ ଉକ୍ତ ଜଙ୍ଗଲ ଜମି ଅଧିକାର ରୁ ଯେଉଁମାନେ ବଞ୍ଚିତ ରହିଯାଇଛନ୍ତି, ସେମାନେ ଉକ୍ତ ଜମିର ପଟ୍ଟା ପାଇବା ନିମନ୍ତେ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ । ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ତିନି ଗୋଟି ଗ୍ରାମ ଯଥା ପରଜାପଦର,ନାଲିଗୁଡା ଓ ଗୋଟିଗୁଡା ଗ୍ରାମର ପାଖାପାଖି ୧୩୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ଓ ଏଥିରେ ତହସିଲ ର ହେଡକ୍ଲର୍କ ଲକ୍ଷ୍ମଣ ରାଉତ, ବରିଷ୍ଠ କିରାଣି ସୋମନାଥ ପାତ୍ର, ପ୍ରଶାନ୍ତ କୁମାର ପୃଷ୍ଟି, ରାଜସ୍ୱ ନିରୀକ୍ଷକ ରୁଦ୍ର ପ୍ରସାଦ ଗୈଡ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *