ଆଠମଲ୍ଲିକ ଅଞ୍ଚଳରେ ‘ହର ଘର ତ୍ରିରଙ୍ଗା ଅଭିଯାନ

୧୩/୮, ୨୪ ଜିଲ୍ଲାଅନୁଗୋଳ ଆଠମଲ୍ଲିକ ବିଧାନସଭା କ୍ଷେତ୍ର ଆଠମଲ୍ଲିକ ବିଜେପି ପକ୍ଷରୁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଆହ୍ଵାନରେ ଓ ଓଡ଼ିଶାର ବିକାଶ ପୁରୁଷ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରେରଣାରେ ଆଜି ଆଠମଲ୍ଲିକ ଅଞ୍ଚଳରେ ‘ହର ଘର ତ୍ରିରଙ୍ଗା ଅଭିଯାନ’ ଆୟୋଜିତ ହେଲା । କର୍ଯ୍ୟ କ୍ରମ ର ପ୍ରାରମ୍ଭ ରେ ଆଠମଲ୍ଲିକ ଅଞ୍ଚଳର ଆରାଧ୍ୟା ଦେବୀ ମାଆ ମାହେଶ୍ୱରୀ ମନ୍ଦିର ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଯୋଗଦେଇ ହାତରେ ହାତ ତ୍ରିରଙ୍ଗା ଧରି ମନ୍ଦିର ମୁଖରୁ ପଦଯାତ୍ରା ରେ ବାହାରି ଆଠମଲ୍ଲିକ ଟାଉନ ରେ ପହଞ୍ଚି ଥିଲେ । ଏହି ଉତ୍ସବମୁଖର ଅଭିଯାନରେ ଅନୁଗୁଳ ବିଜେପି ଜିଲ୍ଲା ସଭାପତିଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ସାହୁ,ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଜିଲ୍ଲା ଉପସଭାପତି ଅର୍ଜୁନ ସାହୁ ସମେତ ଦଳର ବହୁ ବରିଷ୍ଠ କର୍ମକର୍ତା ଯୋଗ ଦେଇଥିଲେ । ଦେଶ ପାଇଁ ପ୍ରାଣବଳି ଦେଇ ସହିଦ ହୋଇଥିବା ମହାପୁରୁଷ ଙ୍କ ମଙ୍ଗଳ କମାନ କରି ଜାତୀୟ ସଂହତି ଓ ସଂପ୍ରୀତି ବାର୍ତ୍ତାକୁ ନେଇ ତ୍ରିରଙ୍ଗା ଯାତ୍ରା ଆମ ଅଞ୍ଚଳରେ ଏକ ଶାନ୍ତି ଓ ମୈତ୍ରୀର ବାର୍ତା ବଣ୍ଟିବ ବୋଲି ଏ ଅଭିଯାନ ର ଦୃଢ଼ ଆଶା ଓ ବିଶ୍ବାସ ।

ଆଠମଲ୍ଲିକ ରୁ ବୁଲୁ ଦଳେଇ ରିପୋଟ

Leave a Reply

Your email address will not be published. Required fields are marked *