ରାଜ୍ୟସରକାର ୨୦୧୫ ମସିହାରେ ରାସ୍ତା ପାର୍ଶ୍ବ ଉଠାଦୋକାନୀଙ୍କ ସୁରକ୍ଷା

ରାଜ୍ୟସରକାର ୨୦୧୫ ମସିହାରେ ରାସ୍ତା ପାର୍ଶ୍ବ ଉଠାଦୋକାନୀଙ୍କ ସୁରକ୍ଷା,ଜୀବିକା ଓ ଥଇଥାନ ପାଇଁ ଆଇନ୍ ପ୍ରଣୟନ କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ଯାହା ତାଙ୍କର ମୌଳିକ ଅସ୍ଵୀକାର ଅଟେ । ଜବରଦଖଲ ଓ ରାସ୍ତା ଅବରୋଧ ହଟାଇବା ଲାଗି ମହାନଗର ନିଗମ ପକ୍ଷରୁ ଯେଉଁ ଉଚ୍ଛେଦ କାର୍ଯ୍ୟ ଚାଲିଛି ଥଇଥାନ ନକରି ଉଚ୍ଛେଦ ପାଇଁ ସେମାନଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି ।
ଏଣୁ ଏଭଳି ପରିସ୍ଥିତିରେ ଏହାର ମୁକାବିଲା ଓ ଦୋକାନୀ ମାନଙ୍କର ଜୀବିକାର ସୁରକ୍ଷା ଓ ଥଇଥାନ ପାଇଁ ତୁରନ୍ତ ଭେଣ୍ଡିଂ ଜୋନ୍ ଦାବିରେ ନଗରର ସମସ୍ତ ଦୋକାନୀ ଏକ୍‌କୁଟ୍ ହୋଇ ପୁରୀଘାଟ ଥାନା ନିକଟରୁ ଶୋଭାଯାତ୍ରାରେ ସି.ଏମ୍.ସି.ଅଫିସ୍ ଘେରାଉ କରିବା ସହିତ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ପ୍ରତିବାଦ କରିଥିଲେ । ପ୍ରାୟ ଏକ ଘଣ୍ଟା ପରେ ମେୟର ସୁବାସ ସିଂ ଅଫିସ ବାହାରକୁ ଆସିବା ପରେ ଦୋକାନୀ ଭାଇ ମାନେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହ ଜିଲ୍ଲାପାଳ କଟକଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଛି ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *