ଏସସିବିରେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ।


କାଡିଓଲୋଜି ବିଭାଗରେ ଜୈନେକ ଡାକ୍ତର ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ନେଇ ରୋଗୀଙ୍କ ପରିବାର ବର୍ଗ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ମାମଲା ରୁଜୁ କରିବା ସହିତ ଦୁଇ ପୀଡିତାଙ୍କ 161 ରେ ବୟାନ ରେକର୍ଡ କରିଛି । ଆବଶ୍ୟକ ପଡିଲେ ପୀଡିତାଙ୍କ 164 ଧାରା ରେ ବୟାନ ରେକର୍ଡ କରାଯିବ ବୋଲି ପୋଲିସ କହିଛି । ବିଭିନ୍ନ ଦିଗରୁ ପୋଲିସ ତାର ତଦନ୍ତ ତଦନ୍ତ ଜାରି ରଖିଛି । ପୀଡିତା ଏସସିବି ରେ ଅଧ୍ୟୟନ ରତ ଡାକ୍ତର ଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ଘଟଣା ପରେ ଅଭିଯୁକ୍ତ ଡାକ୍ତର ଆକ୍ରମଣ ର ଶିକାର ହୋଇ ଏସସିବି ଟ୍ରମା ଆଇସିୟୁ ରେ ଚିକିତ୍ସିତ ହୋଇଥିଲେ । ଏନେଇ ଡାକ୍ତର ଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନା ରେ ପ୍ରତିଅଭିଯୋଗ କରିଥିବା ଜଣାପଡିଛି । ତେବେ ଏଥି ନିମନ୍ତେ ଏକ ୩ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ଡାକ୍ତର ଠାକୁର ଦିଲବାଗ ସିଂକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *