ମାଲକାନ ଗିରି ଜିଲ୍ଲାର ବିଭିନ୍ନ ସ୍ଥାନ ରେ ପାଳନ ହେଲା ୭୮ତମ ସ୍ବାଧିନତା ଦିବସ

ଆଜି ସାରା ଦେଶ 78 ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ ବହୁ ଆନନ୍ଦ ର ସହ ମାଲକାନ ଗିରି ଜିଲ୍ଲା ବାସି ମଧ୍ଯ ସ୍ବାଧିନତା ଦିବସ ପାଳନ କରିଛନ୍ତି। ବିଷେଶ କରି ମାଲକାନ ଗିରି ଜିଲ୍ଲାର ଚିତ୍ରକୋଣ୍ଡାବ୍ଲକ ସ୍ବାଭିମାନ ଅଞ୍ଚଳ ଯେଉଁ ଅଞ୍ଚଳ କି ଦିନେ ମାଓବାଦୀଙ୍କ ଗଡ଼ ଭାବରେ ପରିଚିତ ଥିଲା ଜାନୁଆରି 26 ହେଉ କିମ୍ବା ଅଗଷ୍ଟ 15 ସାରା ଅଞ୍ଚଳ ରେ କେବଳ କଳା ପତକା ଉଡୁଥିଲା ଆଜି ରାଜ୍ଯ ସରକାରଙ୍କ ପ୍ରୟାସ ଓ ସିମା ସୁରକ୍ଷା ବାହିନୀ ଙ୍କ କଠିନ ପରିଶ୍ରମ ର ପହରା ହେତୁ ଗୁରୁପ୍ରିୟା ସେତୁ ନିର୍ମାଣ କରାଯାଇ ଅଞ୍ଚଳ କୁ ରାସ୍ତା ଘାଟ ର ସୁବିଧା ଓ ସଂପୂର୍ଣ୍ଣ ଅଞ୍ଚଳ କୁ ମାଓବାଦୀ ମୁକ୍ତ କରାଗଲା ବର୍ତ୍ତମାନ ଆଉ କୌଣସିପ୍ରକାର ଭୟ ନକରି ଅଞ୍ଚଳ ବାସି ବହୁ ଆନନ୍ଦ ର ସହ ଏଇ 78 ତମ ସ୍ବାଧିନତା ଦିବସ ପାଳନ କରିଛନ୍ତି ପ୍ରାୟ ତ ସମସ୍ତ ଗ୍ରାମ ଗୁଡିକ ରେ ଆଜି ତ୍ରିରଙ୍ଗା ପତକା ଉଡୁଥିବାର ଦେଖିବାକୁ ମିଳିଛି। ଅଞ୍ଚଳ ବାସି ବର୍ତ୍ତମାନ ପୁରା ସ୍ବାଧିନ ଥିବା ବେଳେ ସିମାସୁରକ୍ଷା ବାହିନୀର ଅକ୍ଳାନ୍ତ ପରିଶ୍ରମ ର ଫଳ ଆଜି ଅଞ୍ଚଳ ବାସି ଙ୍କ ମନରେ ଖୁସିର ଲହରି ଏବଂ ସ୍ବାଧିନ ଭାବରେ ବଞ୍ଚିବା ର ବାଟ ଦେଖେଇଛି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *