ମହାନଦୀ ବିହାର ସ୍ଥିତ ରିଦ୍ଧି ସିଦ୍ଧି ମଣ୍ଡପ ଠାରେ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ପରିଚାଳନା କମିଟି

ମହାନଦୀ ବିହାର ସ୍ଥିତ ରିଦ୍ଧି ସିଦ୍ଧି ମଣ୍ଡପ ଠାରେ ଶ୍ରୀ ଶ୍ରୀ ପଞ୍ଚମୁଖୀ ହନୁମାନ ମନ୍ଦିର ପରିଚାଳନା କମିଟି, ଏମଡିଏ ସେକ୍ଟର-୩ କମିଟି ଓ ଜଗନ୍ନାଥ ବଜାର କମିଟି ର ମିଳିତ ଆନୁକୂଲ୍ୟରେ ଆୟୋଜିତ ସଭାରେ ୨ୟ ଥର ବିଜୟୀ ହୋଇଥିବା ଚୌଦ୍ୱାର କଟକ ର ମାନ୍ୟବର ଯୁବ ବିଧାୟକ ଶ୍ରୀ ସୌ୍ଭିକ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ସଭାରେ ସମସ୍ତଙ୍କ ସୁଖ ଦୁଃଖର ସାଥି ପୂର୍ଵତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ୪୭ନମ୍ବର ୱାର୍ଡର କର୍ପୋରେଟର ଇଂ ସୁବ୍ରତ ଘଡେଇ ସେକ୍ଟର-୩ ଉନୟନ ମୂଳକ କାର୍ଯ୍ୟ ଓ ୱାର୍ଡ ବାସୀଙ୍କ ମୌଳିକ ସମସ୍ୟା ର ସମାଧାନ ଦିଗରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ସଭାପତି ମାଧବ ପ୍ରସାଦ ଶର୍ମା, ଉପଦେଷ୍ଟା ରବୀନ୍ଦ୍ର ନାଥ ମହାନ୍ତି, ହିମାଂଶୁ ଷଡ଼ଙ୍ଗୀ,ବିଚିତ୍ରାନନ୍ଦ ପଣ୍ଡା, ପ୍ରଦୀପ୍ତ ମହାନ୍ତି ,ସଞ୍ଜୟ ଜେନା, ମାନବେଶ ରାଏ ,ବରଦା ନାୟକ,ଏମଡିଏ ସେକ୍ଟର ୩ କାର୍ଯ୍ୟକାରୀ ସଦସ୍ୟ ବୃନ୍ଦ ଓ ପୀୟୂଷ ମହାନ୍ତି, ଜଗନ୍ନାଥ ବଜାରକମିଟି ର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *