୭୮ ତମ ସ୍ୱାଧୀନତା ଦିବସ

ଆଜି ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ଠାରେ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ କିଶୋର ନଗର (BJYM) ଯୁବମୋର୍ଚ୍ଚା ତରଫ ରୁ ଅନୁଷ୍ଠିତ ହୋଇଛି ଏହି ତ୍ରିରଙ୍ଗା ଶୋଭା ଯାତ୍ରା ସାଧୁପାଳ ଶିବ ମନ୍ଦିରଠୁ ଆରମ୍ଭ କରି, ଧୌରପାଲି, ଯଇରାଟ, ବଏଜା, କରମକଟା, ପିପଲବାହାଳ, ଯମୁଁନାଳି ରୁ ବାହାରି ବାମୁରୁ ସ୍ଥିତ ଡାକବଙ୍ଗଳା ରେ ପହଂଚି ସେଠାରେ ପୂଜ୍ୟପଦ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ “ମା ପାଇଁ ଗଛଟିଏ” ନାମରେ ଏକ ବୃକ୍ଷରପଣ କାର୍ଯ୍ୟକ୍ରମ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ବିଜେପି ଉପସଭାପତି ଅର୍ଜୁନ କୁମାର ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଦୀପ୍ତ ସ୍ୱାଇଁ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ପୁରସତମ ନାୟକ,ଜିଲ୍ଲା ସମ୍ପାଦକ କାର୍ଗିଲ ଦାସ, ଚିକୁନ ବିଶ୍ୱାଳ, ମହେଶ୍ୱର ଛତିଆ, ଜିତେନ୍ଦ୍ର କୁମାର, ଖଗେଶ୍ୱର ପ୍ରଧାନ,ଶ୍ରବଣ ସାହୁ, ସଞ୍ଜୟ ବେହେରା, ରାଜେଶ ପ୍ରଧାନ ବିଜୟ ସିଂ, ପ୍ରକାଶ ସେଠି, ସିଦ୍ଧାର୍ଥ ଖେତୀ ଓ ଭୀମସେନ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ଆଠମଲ୍ଲିକ ରୁ ବୁଲୁ ଦଳେଇ ରିପୋର୍ଟ

Leave a Reply

Your email address will not be published. Required fields are marked *