ନ୍ୟାସନାଲ ହ୍ୟୁମାନ୍ ରାଇଟ୍ସ କର୍ପୋରେସନ ,ଓଡିଶା ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳିତ

କଟକ ସିଡିଏ ସ୍ଥିତ ସେକ୍ଟର -୬ ବ୍ୟାଟମିଣ୍ଟନ କୋଟ ପ୍ରାଙ୍ଗଣରେ ନ୍ୟାସନାଲ ହ୍ୟୁମାନ୍ ରାଇଟସ କର୍ପୋରେସନ ଓଡିଶା ଷ୍ଟେଟ ଆନୁକୁଲ୍ୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।ଏଥିରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାଷ୍ ସିଂ ତଥା ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ରୀତାଞ୍ଜଳି ବେହେରା ଯୋଗଦେଇ ପତାକା ଉତୋଳନ କରି କିଭଳି ଦେଶ ସ୍ଵାଧୀନତା ପାଇଥିଲା ସେ ବିଷୟରେ ବକ୍ତବ୍ୟଦେଇଥିଲେ ।ନ୍ୟାସନାଲ ହ୍ୟୁମାନ୍ ରାଇଟସ କର୍ପୋରେସନ ତରଫରୁ ବିଗତ ଏସିଆ ଟାଇକୋଣ୍ଡ ଚମ୍ପିୟାନସିପ ଗୋଆ ପ୍ରତିଯୋଗୀତାରେ ଭାଗ ନେଇ ମେଡାଲ ଜିତିଥିବା ପ୍ରତିଯୋଗୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏବଂ ତା ସହିତ ସୈନ୍ୟବାହିନୀର ଅବସରପ୍ରାପ୍ତ ୫ଜଣଙ୍କୁ ସମ୍ମାନୀତ କରାଯାଇଥିଲା, ଏହି ସଭାକୁ ନ୍ୟାସନାଲ ହ୍ୟୁମାନ୍ ରାଇଷ୍ଟ କର୍ପୋରେସନ ଚେୟାରମ୍ଯାନ ଶ୍ରୀ ଯୁକ୍ତ ବସନ୍ତ ଦାସ ସଭାପତିତ୍ବ କରିଥିଲେ ।ଷ୍ଟେଟ୍ ଏକ୍ଜୁଟିଭ୍ ବୋର୍ଡର ସଭାପତି ଶ୍ରୀ ଗଣେସୋର ବେହେରା, ଷ୍ଟେଟ୍ ବୋର୍ଡ ସଭାପତି ଶ୍ରି ପ୍ରଦୀପ କୁମାର କାଣ୍ଡିଙ୍କ ସହିତ ଅନ୍ୟାନ୍ୟ ସଜନ ମଣ୍ଡଳୀ ତଥା ମା ତାରିଣୀ ୟୁନିଅନ୍ ପରିଷଦର ସଭାପତି ଶ୍ରି ବିଭୁପ୍ରସାଦ ପୃଷ୍ଟି, ସମ୍ପାଦକ ଦେବାଶିଷ ପଟ୍ଟନାୟକ, କୋଷାଧକ୍ଷ ଜ୍ୟୋତି ରଞ୍ଜନ ସାହୁ ଉପସ୍ଥିତ ଥିଲେ, କିଭଳି ଭାବରେ ଏହି ସଂଗଠନ ଆଗକୁ ବଢିବା ନେଇ ଆଲୋଚନା ହୋଇଥିଲା। ଶେଷରେ ଶ୍ରୀଯୁକ୍ତ ପ୍ରଦୀପ କୁମାର କାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ କରିଥିଲେ।

କଟକ ରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *