୭୮ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ସମାରୋହ।

କଟକ ବାରବାଟୀ ଷ୍ଟାଡିୟମ ରେ ଜିଲ୍ଲାସ୍ତରୀୟ ୭୮ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳନ ‍କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ପରେ ପରେ ପ୍ୟାରେଡ୍ ରେ ଅଶଂଗ୍ରହଣ କରି ଅଭିବାଦନ ମଧ୍ୟ ଗ୍ରହଣ କରିଥିଲେ। ସେପଟେ ଗଣତନ୍ତ୍ରର ଏହି ମହାନ ପର୍ବରେ ଯୋଗ ଦେଇ ରାଜ୍ୟ ବାସୀଙ୍କୁ ନିଜ ଅଭିଭାଷଣରେ କହିଥିଲେ କଟକ ସହର ହେଉଛି କଳା ଐତିହ୍ୟ, ସ୍ବାଧିନତା ସଂଗ୍ରାମୀ ଏବଂ ବୀର ଯବାନ ଙ୍କ ଜନ୍ମ ଓ କର୍ମ ସ୍ଥଳୀ। ମହାନଦୀ କୂଳରେ ଅବସ୍ଥିତ ଓଡ଼ିଶାର ପୁରୁଣା ରାଜଧାନୀ ଏହି କଟକ ସହର କେବଳ ଓଡ଼ିଶା ନୁହେଁ ବରଂ ସାରା ଭାରତ ବର୍ଷରେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହାସହ ରାଜ୍ୟରେ ନୂଆ ସରକାର ଆସିବା ପରେ ଓଡିଶା ରେ ମିଶନ ଶକ୍ତି କୁ ଶକ୍ତିଶାଳୀ କରିଛୁ।ମହିଳା ଙ୍କୁ ସ୍ୱୟଂ ସଂପୂଣ୍ଣ କରିବା ଏହି ସରକାର ଙ୍କ ଲକ୍ଷ୍ୟ।ମିଶନ ଶକ୍ତି ବଜାର କୁ ବିକାଶ ପାଇଁ ଅର୍ଥ ମଞ୍ଜୁରୀ କରାଯାଇଛି।ସ୍ୱୟଂ ସହାୟିକା ଗୋଷ୍ଠୀ ମାନ ମାନଙ୍କ ପାଇଁ ଅନେକ ବ୍ୟବସ୍ତା କରାଯାଇଛି।ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଟଙ୍କା ର ବଜେଟ କରାଯାଇଛି।କଟକ ପର୍ଯ୍ୟଟନ ର ହେବ ଉନ୍ନତି ଓ ବିକାଶ। କଟକରେ ବାରବାଟୀ ଦୁର୍ଗକୁ ମିଳିବ ଐତିହାସିକ ମାନ୍ୟତା। ଚଳିତବର୍ଷ ବାଲିଯାତ୍ରା କୁ ଆନ୍ତଜାତିକ ଉତ୍ସବ ର ମାନ୍ୟତା ମିଳିବା ନେଇ ଉଦ୍ୟମ କରାଯିବ। ବୋଟ କ୍ଳବ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳ ର ହେବ ବିକାଶ ।ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡ଼ା ପୋଲିସ, ଅଗ୍ନିଶମ କର୍ମଚାରୀ, ପଦ୍ମଶ୍ରୀ ପୁରସ୍କାର ବିଜେତା, ସାମ୍ବାଦିକ, ଅଙ୍ଗନବାଡ଼ି କର୍ମଚାରୀ,କଟକ ଜିଲ୍ଲା ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା କୃତି ଶିକ୍ଷାର୍ଥୀ ଙ୍କ ସହିତ ଅନ୍ୟ ବହୁ ପ୍ରତିଭାଶାଳୀ ବ୍ୟକ୍ତି ଙ୍କୁ ମଧ ସମ୍ବର୍ଦ୍ଧନା ଦେଇଥିଲେ। ଏଥି ସହିତ ସବୁବେଳେ ସତ୍ୟ ଓ ନିରପେକ୍ଷ ଖବର ପ୍ରସାରଣ କ୍ଷେତ୍ରରେ ଏମ୍ ବି ସି ଟିଭି ର ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାଳିକ ଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *