ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଭାରତବାସୀଙ୍କୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଲା ହିନ୍ଦୁସେନା

ସାରା ଦେଶରେ ୭୮ତମ ସ୍ଵାଧୀନତା ଦିବସ ପାଳିତ ହେଉଥିବା ବେଳେ ପଡୋଶୀ ଦେଶ ବାଂଲାଦେଶରେ ଚାଲିଛି ସାମ୍ପ୍ରତିକ ଦଙ୍ଗା। ଏହି ପରିପେଖିରେ ସାରା ଦେଶରେ ଶାନ୍ତି ଏବଂ ସମନ୍ଵୟ ରକ୍ଷା କରିବା ସହିତ ଏକତା ବଜାୟ ରଖିବା ପାଇଁ ହିନ୍ଦୁସେନା ପକ୍ଷରୁ ଏକ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା। ଏହି ବିଶାଳ ତ୍ରିରଙ୍ଗା ମଟର ସାଇକେଲ ଶୋଭାଯାତ୍ରା ଚଣ୍ଡୀମନ୍ଦିର ଛକ ନିକଟରୁ ବାହାରିଚାନ୍ଦିନୀଚୌକ, ନିମଚୋଡି, ନୟାସଡ଼କ, ଚୌଧୁରୀବଜ଼ାର, ବକ୍ସିବଜ଼ାର, ମଣିସାହୁଛକ, ମଙ୍ଗଳାବାଗ, ରାଣୀହାଟ ହୋଇ ପରିଶେଷରେ କଲେଜ ଛକ ସ୍ଥିତ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଦେବାଶିଷ ରାଉତ,ଶମ୍ଭୁ ଗୋୟଙ୍ଗା, ବିନୋଦ ଦାସ, ଲଲାଟେନ୍ଦୁ ବଡୁ, ବିଶ୍ୱଜିତ ସୂର୍ଯ୍ୟବଂଶୀ,ଅଭିଷେକ ଜେନା,ସୌମିତ୍ର ଲେଙ୍କା,ଯଶୋବନ୍ତ ଦାସ,ସୁଜିତ ଦାସ,କ୍ଷିତୀଶ ଜଗତି,ଅଭିଜିତ ସିଂ,ନୀଳାଦ୍ରି ବେହେରା, ରୂପକ ପ୍ରସାଦ ତଥା ୨୫୦ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ।

କଟକରୁ ଜୟଦେବ ପାଣିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *