ମାଲକାନ ଗିରି ଜିଲ୍ଲାରେ ହିନ୍ଦୁ ଜାଗରଣ ମଞ୍ଚ ତରଫରୁ 24 ଘଣ୍ଟିଆ ବନ୍ଦ ଡାକରା

ବାଙ୍ଗାଲା ଦେଶରେ ମୁସଲମାନ ମାନଙ୍କ ହିନ୍ଦୁମାନଙ୍କ ଉପରେ କରୁଥିବା ଅତ୍ୟାଚାର କୁ ବିରୋଧ ଓ ଅବୈଧ ଭାବରେ ଦାଙ୍ଗାଲା ଦେଶି ମୁସଲମାନ ମାନେ ଓଡିଶା ଏବଂ ମାଲକାନ ଗିରି ଜିଲ୍ଲାର ବିଭିନ୍ନ ସ୍ଥାନ କୁ ଅନୁପ୍ରବେଶ କୁ ବିରୋଧ କରି ଆଜି ମାଲକାନ ଗିରି ଜିଲ୍ଲାର ହିନ୍ଦୁ ଜାଗରଣ ମଞ୍ଚ ଏବଂ ମାଲକାନ ଗିରି ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ରେ ମାଲକାନ ଗିରି ଜିଲ୍ଳା ଦୋକାନ ବଜାର,ଗାଡି ମୋଟର,ଚଳାଚଳ ବନ୍ଦ ରହିଥିବାବେଳେ ସମସ୍ତ ସରକାରୀ ଓ ବେ ସରକାରୀ ଶିକ୍ଷାକେନ୍ଦ୍ର ଗୁଡିକ ମଧ୍ଯ ବନ୍ଦ ରହିଥିବା ଦେଖିବାକୁ ମିଳିଛି।ସମସ୍ତ ଅନୁପ୍ରବେଶ କାରୀ ବଙ୍ଗଳାଦେଶୀ ମୁସଲମାନ ମାନଙ୍କୁ ଚିହ୍ନଟ କରି ତୁରନ୍ତ ଓଡିଶା ଏବଂ ମାଲକାନ ଗିରି ଜିଲ୍ଲା ରୁ ହଟାଇ ଦିଆଯାଉ ବୋଲି ଆନ୍ଦୋଳନ କାରି ଅଭିଯୋଗ କରୁଥିବାର ଜଣାପଡିଛି। ଅନୁପ୍ରବେଶ କାରୀ ବାଙ୍ଗଲାଦେଶୀ ବିଭିନ୍ନ ସମୟରେ ଅନେକ ପ୍ରକାରର ଅପ୍ରିତିକର କାର୍ଯ୍ଯ କରୁଥିବା ମଧ୍ଯ ଅଭିଯୋଗକରିଛନ୍ତି ଆନ୍ଦୋଳନ କାରୀ ।ମାଲକାନ ଗିରି ଜିଲ୍ଲା ରେ କେବଳ ଜରୁରୀକାଳନ ସେବା କୁ ଛାଡିଦେଲେ ବାକି ପୁରାପୁରି ଭାବରେ ବନ୍ଦ ରହିଥିଲା।ଯେ ଭଳି କୌଣସିପ୍ରକାର ଅଘଟଣ ନ ଘଟେ ସେଥିପାଇଁ ଜିଲ୍ଳା ପୋଲିସ ପ୍ରଶାସନ ମଧ୍ଯ ସଜାଗ ଥିବା ଦେଖିବାକୁ ମିଳିଛି ।ବର୍ତ୍ତମାନ ଦେଖିବାର କଥା ରାଜ୍ଯ ସରକାର ଆଗକୁ କଣ ପଦକ୍ଷେପ ଗ୍ରହଣକରୁଛନ୍ତି।

ମାଲକାନ ଗିରି ଜିଲ୍ଲା ରୁ ଶରତଚନ୍ଦ୍ର ଖରା ଙ୍କ ରିପୋର୍ଟ ହର୍ଶିକା ମିଡିଆ।

Leave a Reply

Your email address will not be published. Required fields are marked *